ଦେଶ ବିଦେଶ ମନୋରଞ୍ଜନ

ଆଜି କାଜଲଙ୍କ ବିବାହ

କଣ୍ଠଶିଳ୍ପୀ ନେହା କକ୍କଡ଼ଙ୍କ ପରେ ଏବେ ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଅର୍ଥାତ(ଶୁକ୍ରବାର) ତାଙ୍କର ବିବାହ ଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଆଜି ତାଙ୍କର ମେହେନ୍ଦି ଓ ହଳଦୀ ରଶମ ଶେଷ ହୋଇଛି। ହାତରେ ମେହେନ୍ଦି ଲଗାଇ ବେଶ୍‌ ଚୁଲ୍‌ବୁଲି ଅନ୍ଦାଜରେ ଆଜି ସାମାଜିକ ଗଣମାଧ୍ୟମରେ ସେ ନିଜର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ବହୁତ ଖୁସିଥିବା ‌ଦେଖିବାକୁ ମିଳିଛି।

ଆସନ୍ତାକାଲି ତାଙ୍କର ସଙ୍ଗୀତ ଉତ୍ସବ ହେବ ଏବଂ ବିବା‌ହ ସମ୍ପନ୍ନ ହେବ। କାଜଲଙ୍କ ବିବାହ ମୁମ୍ବାଇରେ ଶିଳ୍ପପତି ଗୌତମ କିଚ୍‌ଲୁଙ୍କ ସହ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ କେବଳ ପରିବାର ଲୋକ ସାମିଲ ହେବେ। ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଫଟୋରେ କାଜଲ ହାଲୁକା ସବୁଜ ରଙ୍ଗର ସୁଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି। କାଜଲ ଫଟୋ ପୋଷ୍ଟ କରି ସେଥିରେ ନିଜ ସହ ନିଜ ଭାବିସ୍ବାମୀଙ୍କ ନାମକୁ ଯୋଡ଼ି ସେୟାର କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ