ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି କର୍ଣ୍ଣାଟକ ଭୋଟ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ। ସକାଳ ୭ଟାରେ ଭୋଟ୍‌ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଇଦାନରେ ମୋଟ୍‌ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ଜେଡିଏସ୍‌ ୨୦୯ ଆସନରେ ନିର୍ବାଚନ ଲଢ଼ୁଛି। ଆମ୍‌ ଆଦମୀ ପାର୍ଟି ମଧ୍ୟ ୨୦୯ ଆସନରେ ପ୍ରାର୍ଥୀ ଦେଇଛି। କର୍ଣ୍ଣାଟକରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ମୋଟ୍‌ ୫,୩୧,୩୩,୦୫୪ ଜଣ ଭୋଟର ଅଛନ୍ତି।

ରାଜ୍ୟବ୍ୟାପୀ ୫୮,୫୪୫ ଭୋଟିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି। ଭୋଟରଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ ଭୋଟର ଅଛନ୍ତି ଏବଂ ୨,୬୪,୦୦,୭୪ ଜଣ ମହିଳା ଭୋଟର ଅଛନ୍ତି। ୧୧,୭୧,୫୫୮ ଜଣ ଯୁବ ଭୋଟର ଅଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକରେ ୩୭୫ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଇଛି। କର୍ଣ୍ଣାଟକରେ କୌଣସି ରାଜନୈତିକ ଦଳ ଲଗାାରତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି। ବିଜେପି ଏହି ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ସବୁ ଚେଷ୍ଟା କରିଛି। ଅନ୍ୟପକ୍ଷରେ ଜେଡିଏସ୍‌ କିଙ୍ଗମେକର ହେବାକୁ ଚାହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ