ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି କମ୍ପିବ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର: ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ, ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ଲାଗି ୮ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ ହେବ। ତେଣୁ ରବିବାର ଉଭୟ ବିଜେଡି ଓ ବିଜେପି ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ଯୋଜନା କରିଛନ୍ତି। ଗୋଟିଏ ଦିନରେ ଗୋଟିଏ ସମୟରେ ଝାରସୁଗୁଡ଼ା ସହରରେ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମିଳନୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍‌ ସୋ। ଏଥିପାଇଁ ଉଭୟ ଦଳ ଢେର୍ ପ୍ରସ୍ତୁତି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାର୍ଯ୍ୟକ୍ରମ ସମୟରେ ୫ ଜଣ ଡିଏସ୍‌ପି, ୧୫ ଜଣ ଇନ୍‌ସପେକ୍ଟର, ୨୨ ଜଣ ସବ୍‌ ଇନ୍‌ସପେକ୍ଟର, ୬୪ ଜଣ ଏଏସ୍‌ଆଇ, ୫ ଜଣ ହାବିଲଦାର, ୧୩୧ ଜଣ ଓଆର୍‌ କନେଷ୍ଟବଳ, ୨୯ ଜଣ ମହିଳା କନେଷ୍ଟବଳ, ୧୪୬ ଜଣ ହୋମ୍‌ଗାର୍ଡ, ସାଢ଼େ ୩ ସେକ୍ସନ ଏପିଆର୍‌କୁ ମିଶାଇ ମୋଟ ୧୪.୫ ପ୍ଲାଟୁନ ପୁଲିସ୍‌ ମୁତୟନ ହେବେ। ସୂଚନା ଅନୁସାରେ, ରବିବାର ଦିନ ୩.୪୫ମି.ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରି ଅପରାହ୍‌ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସେ ଆମଲିପାଲିସ୍ଥିତ ସଭାସ୍ଥଳକୁ ଯିବେ। ସଭାରେ ଝାରସୁଗୁଡ଼ାବାସୀଙ୍କୁ ଉଦ୍‌ବୋଧନ ଦେବା ପରେ ୫ଟା ୧୫ମିନିଟରେ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ବାହାରିଯି‌ବେ।

rଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସନ୍ଧ୍ୟା ୬ଟାରେ ବେଙ୍ଗାଲୁରୁ ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବାହାରି ରାତି ୮ଟାରେ ଝାରସୁଗୁଡ଼ାରେ ପହଞ୍ଚିବେ। ସହରର ଏକ ହୋଟେଲରେ ରାତ୍ରୀଯାପନ କରିବେ ଓ ରବିବାର ପୂର୍ବାହ୍ନ ୧୧ଟାରେ କୋଲାବିରା ବ୍ଲକ ଝିର୍ଲିପାଲି ପଞ୍ଚାୟତରେ ହେବାକୁ ଯାଉଥିବା ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ। ଅପରାହ୍‌ଣ ସାଢ଼େ ୪ଟାରେ ଝାରସୁଗୁଡ଼ା ସହରର ବସ୍‌ଷ୍ଟାଣ୍ଡରୁ ନେଇ ସରବାହାଲ ଯାଏ ରୋଡ୍‌ ସୋ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। ରାତି ୯ଟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ବାହାରି ବେଙ୍ଗାଲୁରୁ ଫେରିଯିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ମନେପଡ଼ିବ ଆମଲିପାଲି ସଭାସ୍ଥଳ
ଝାରସୁଗୁଡ଼ା: ଆମିଲିପାଲିର ସେହି ସ୍ଥାନ, ସେହି ମଞ୍ଚ। ସେଦିନ ବି ମଞ୍ଚ ଉପରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରବିବାର ବି ରହିବେ। ଫରକ୍‌ ଏତିକି ୨୦୧୯ ଜାନୁଆରି ୨୪ ତାରିଖର ଏହି ମଞ୍ଚରେ ଥିଲେ ନବ ଦାସ। ସେଦିନ ନବ ଦାସ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସ୍ଥାନରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍‌ ହୋଇଥିଲେ। ୪ ବର୍ଷ ୩ ମାସ ପରେ ସେହି ସ୍ଥାନରେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ସଭା ହେବାକୁ ଯାଉଛି। ହେଲେ ଏଥର ସଭାର ଉଦ୍ଦେଶ୍ୟ ଭିନ୍ନ। ନବ ଦାସଙ୍କୁ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିରେ ତାଙ୍କ ଝିଅ ଦୀପାଳିଙ୍କ ପାଇଁ ଭୋଟ୍‌ ମାଗିବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।