ରାଜ୍ୟ

ଆଜି କଂଗ୍ରେସର କାର୍ଯ୍ୟକାରିଣୀ; କଂଗ୍ରେସ ଭବନ ନୁହେଁ, ତାରକା ହୋଟେଲରେ ବସିବ ବୈଠକ

ଭୁବନେଶ୍ବର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ କଂଗ୍ରେସ ଭବନ ନୁହେଁ ଏକ ତାରକା ହୋଟେଲ‌ରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି। ଗତ କିଛିଦିନ ଧରି ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ସମର୍ଥକମାନେ ଦୁହିଁଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରି ପ୍ରତିବାଦ କରୁଥିବାରୁ ତାରକା ହୋଟେଲକୁ ବୈଠକକୁ ସ୍ଥାନାନ୍ତରିତ କରାଯାଇଥିବା ଚର୍ଚ୍ଚା ହେଉଛି।

କେବଳ କାର୍ଯ୍ୟକାରିଣୀ ବୈଠକ ନୁହେଁ ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ନେତୃବୃନ୍ଦ ଏଥିରେ ସାମିଲ ହେବେ। ଧନ୍ୟବାଦ ପ୍ରସ୍ତାବ ସହିତ ଶୋକ ପ୍ରସ୍ତାବ, କୃଷି ଓ ଅର୍ଥନୈତିକ ପ୍ରସ୍ତାବ ଆଗତ କରାଯିବ। ତେବେ କାର୍ଯ୍ୟକାରିଣୀ ବୈଠକରେ ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସଂପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।