ଦେଶ ବିଦେଶ ରାଜନୀତି

ଆଜି ଏନ୍‌ଡିଏର ଶକ୍ତି ପ୍ରଦର୍ଶନ; ଯୋଗ ଦେବେ ୩୮ ଦଳ

ନୂଆଦିଲ୍ଲୀ: ୨୬ଟି ଅଣ ବିଜେପି ଦଳଙ୍କ ବୈଠକ ସୋମବାରଠାରୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। ବିରୋଧୀଙ୍କ ଦୁଇ ଦିନିଆ ବୈଠକ ଗୋଟିଏ ପଟେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଏନ୍‌ଡିଏ ନେତାମାନଙ୍କ ବୈଠକ ହେବ। ବିରୋଧୀ ବୈଠକକୁ ଚ୍ୟାଲେଂଜ କରି ଆଜି ନୂଆଦିଲ୍ଲୀରେ ଏନ୍‌ଡିଏ ଶକ୍ତି ପ୍ରଦର୍ଶନ କରିବ। ବିଜେପି ଆଜି ସ୍ପଷ୍ଟ କରି କହିଛି ଯେ ଏନ୍‌ଡିଏ ବୈଠକରେ ୩୮ଟି ବିରୋଧୀ ଦଳ ଯୋଗ ଦେବେ। ବିଜେପି ମୁଖ୍ୟ ଜେପି ନଡ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହା ସ୍ପଷ୍ଟ କରିଛନ୍ତି।

ନଡ୍ଡା କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଏନ୍‌ଡିଏର ପରିସର ବଢ଼ିଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଯୋଜନା ଏବଂ ନୀତିର ସକାରାତ୍ମକ ପ୍ରଭାବ ପାଇଁ ଏହା ସମ୍ଭବ ହୋଇଛି। ତେବେ ଏନ୍‌ଡିଏ ବୈଠକରେ ବର୍ତ୍ତମାନର ମେଣ୍ଟ ସହଯୋଗୀ ଏବଂ ପୂର୍ବତନ ସହଯୋଗୀ ସାମିଲ ହେବେ। ଗତ କିଛି ସପ୍ତାହ ଧରି ବିଜେପି ଏହାର ପୂର୍ବତନ ସହଯୋଗୀମାନଙ୍କ ନିକଟରେ ପହଞ୍ଚିବାପାଇଁ ଚେଷ୍ଟା ଚଳାଇଛି। ଗତ ସପ୍ତାହାନ୍ତରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓପି ରାଜଭର ଏନ୍‌ଡିଏରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ମଧ୍ୟ ଅନ୍ୟ ଜଣେ ଓବିସି ନେତା ଚିରାଗ ପାଶ୍ବାନ ଦିଲ୍ଲୀରେ ଏନ୍‌ଡିଏ ବୈଠକରେ ଯୋଗ ଦେବେ। ଚିରାଗ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର