ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଆସୁଛନ୍ତି ରାଷ୍ଟ୍ରପତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଶୁକ୍ରବାର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ବରରେ ୪୦ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି। ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଭାବେ ୫ପ୍ଲାଟୁନ୍‌ ପୁଲିସ୍‌ ନିୟୋଜିତ ହୋଇଛନ୍ତି। ସେହିପରି ୧୪ଜଣ ଆଡିସିନାଲ୍‌ ଡିସିପି, ୩୫ଜଣ ଏସିପି, ୪୭ଜଣ ଇନ୍‌ସ୍ପେକ୍ଟର, ୧୮୮ଜଣ ସବ୍‌-ଇନ୍ସପେକ୍ଟର୍‌ ଏବଂ ୬୦ଜଣ ଗୃହରକ୍ଷୀ ସୁରକ୍ଷା ବ୍ୟବସ୍ଥାର ପ୍ରତିଟି ଦିଗ ଉପରେ ଟିକିନିଖି ନଜର ରଖିବେ।

 

 

ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମେୟର୍‌ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ସୁନୀଲ ବଂଶଲ ପ୍ରମୁଖ ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ସେଠାରୁ ସିଧାସଳଖ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିସନ୍‌ର ପ୍ରତିଷ୍ଠା ଦିବସରେ ଯୋଗଦେବେ। ପରେ ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।

ଏହାର ପରଦିନ ଅର୍ଥାତ୍‌ ୧୧ ତାରିଖରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମନ୍ଦିର‌ରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସକୁ ରାଷ୍ଟ୍ରପତି ଉଦ୍‌ଘାଟନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ? କେଉଁ ଅଧିକାରୀ ବା କର୍ମଚାରୀ କେଉଁ ଦାୟିତ୍ବରେ ରହିବେ? କିଏ କେଉଁ ସ୍ଥାନରେ ରହିବେ? ଏନେଇ ଆଜି ପୁଲିସ ରିଜର୍ଭ ଗ୍ରାଉଣ୍ଡ‌‌‌ରେ ଏକ ପ୍ରସ୍ତୁତି ବୈଠକରେ ଡିସିପି ପ୍ରତୀକ ସିଂ ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁରକ୍ଷାର ପ୍ରତିଟି ଦିଗ ଉପରେ ଆଲୋଚନା କରିଥିଲେ।

ଏହାପୂର୍ବରୁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଗୁରୁବାର ଦିନ କାରକେଡ୍‌ ରିହର୍ସାଲ କରାଯାଇଥିଲା। ବ୍ଲୁ-ବୁକ୍ ଗାଇଡ୍‌ଲାଇନ୍‌ ଅନୁସା‌ରେ ଏହି କାର୍‌କେଡ୍‌ରେ ୩୦ଟି କାର୍‌ ସାମିଲ କରାଯାଇଥିଲା। ଆଗରେ ୱାର୍ଣ୍ଣିଂ କାର୍‌ ଓ ତା’ ପଛକୁ ୫ଟି ପାଇଲଟ୍‌ କାର୍‌ ଯାଇଥିଲା। ଷଷ୍ଠ ଗାଡ଼ିଟି ରାସ୍ତା କ୍ଲିୟର୍‌ କରିଥିଲା। ତା’ ପଛକୁ ରହିଥିଲା ଜାମର ଗାଡ଼ି ବା ଟେକ୍ନୋ କାର୍‌। ଏହି ଗାଡ଼ି ଯିବା ମାତ୍ରେ ୩ଶହ ମିଟର ପରିଧି ଭିତରେ ଥିବା କୌଣସି ମୋବାଇଲ୍‌ ନେଟ୍‌ୱର୍କ କାମ କରିବ ନାହିଁ। ଏହା ପଛକୁ ଭିଭିଆଇପିଙ୍କ କାର୍‌ ରହିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।