ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଜି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର : ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି । ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ଟିକା ପହଞ୍ଚିବାର ସମ୍ଭାବନା ରହିଛି । ପୁଣେରୁ ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସିଛି ।

ଆଜି ଭୋର ୫ଟା ବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ବତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ନିଆଯାଇଥିଲା । ସେଠାରେ ଟିକାଥିବା ସ୍ବତନ୍ତ୍ର କଣ୍ଟେନର ମାଧ୍ୟମରେ ଦେଶର ବିଭିନ୍ନ ସହରକୁ ପଠାଯାଇଛି । ଆଜି ପଠାଯାଇଥିବା ସହର ମଧ୍ୟରେ ରହିଛି ଭୁବନେଶ୍ବର, ଦିଲ୍ଲୀ, ଅହମଦାବାଦ, କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟଓ୍ବାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼ । ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏସବୁ ଟିକା ପଠାଯାଉଛି । ତେବେ ପୁନେରୁ ମୁମ୍ବାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ । କୁଲ-ଏକ୍ସ କୋଲ୍ଡ ଚେନ ଲିଃର ସ୍ବତନ୍ତ୍ର ଟ୍ରକ ଯୋଗେ ଏସବୁ ଟିକା ପଠାଯିବ ।

ମିଳିଥିବା ସୂଚନା ଅନୁସାରେ ପୁନେ ଏୟାରପୋର୍ଟରୁ ସ୍ପାଇଶ ଜେଟ ବିମାନ ଯୋଗେ ଭୁବନେଶ୍ବରକୁ ଟିକା ଆସିବ । ଏହା ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ