ରାଜ୍ୟ

ଆଜି ଅନ୍ତରୀଣ ବଜେଟ୍

ଭୁବନେଶ୍ବର: ଗୁରୁବାର ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।
ଆସନ୍ତାକାଲି ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ଲକ୍ଷ ୬୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍‌ (ପ୍ରାୟ ୯୦ହଜାର କୋଟି ଟଙ୍କା)କୁ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି। ଏହି ବଜେଟ୍‌କୁ ଗତ ୩ତାରିଖରେ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି।
ରାଜ୍ୟ ସରକାର ଏହି ବଜେଟ୍‌ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍‌ରେ ବ୍ୟବସ୍ଥା କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।