ଖେଳ ଦେଶ ବିଦେଶ

ଆଜିର ଦିନରେ ଇତିହାସ ରଚିଥିଲା ଭାରତ : ୨୮ ବର୍ଷ ପରେ ବିଶ୍ୱକପ୍ ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ, ସାକାର ହୋଇଥିଲା ସଚିନଙ୍କ ସ୍ୱପ୍ନ

ନୂଆଦିଲ୍ଲୀ, ୦୨।୦୪: ଭାରତ ଆଜିର ଦିନ ଅର୍ଥାତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍ ଉପରେ କବଜା କରିଥିଲା । ଏହି ଟ୍ରଫି ବିଜୟକୁ ୧୦ ବର୍ଷ ପୂରଣ ହୋଇଛି । ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ୨ ବା ଅଧିକ ଥର ବିଶ୍ୱ ବିଜୟୀ ହେବାର ଗୌବର ଅର୍ଜନ କରିବାର ସଫଳ ହୋଇଥିଲା ।

କିଛି ରୋଚକ କଥା

୨୦୧୧ ବିଶ୍ୱକପ୍ ଫାଇନାଲ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଇତିହାସ ରଚିଥିଲା । ଭାରତ ପ୍ରଥମ ଆୟୋଜକ ଟିମ୍ ଭାବେ ଚାମ୍ପିଅନ ହୋଇଥିଲା । ଏହାପୂର୍ବରୁ କୌଣସି ଦଳ ନିଜ ମାଟିରେ ଚାମ୍ପିଅନ ହୋଇନଥିଲେ ।

ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ଚାମ୍ପଅନ ହୋଇଥିଲା । ବିଶ୍ୱକପ୍ ଇତିହାସରେ କେବଳ ୨ ଥର ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ଚାମ୍ପିଅନ ହୋଇଛନ୍ତି । ଭାରତ ତୃତୀୟ ଦଳ ଭାବେ ଏହି କୀର୍ତ୍ତି ହାସଲ କରିଥିଲା । ଶ୍ରୀଲଙ୍କାକୁ ଧୋନୀସେନା ୧୦ ବଲ୍ ବାକି ଥାଇ ୬ ଓ୍ୱିକେଟରେ ମାତ୍ ଦେଇଥିଲା ।

୨୦୧୧ ପୂର୍ବରୁ ଫାଇନାଲରେ ଶତକ ଅର୍ଜନ କରିଥିବା ଖେଳାଳିଙ୍କ ଟିମ୍ ମ୍ୟାଚ୍ ଜିତୁଥିଲା । କିନ୍ତୁ ଏଥର ଏପରି ହୋଇନଥିଲା । ଶ୍ରୀଲଙ୍କା ଖେଳାଳି ମହେଲା ଜୟବର୍ଦ୍ଧନେ ୧୦୩ ରନ୍ କରିଥିଲେ ବି ଶ୍ରୀଲଙ୍କାକୁ ବିଜୟୀ କରାଇ ପାରିନଥିଲେ। ୨୭୫ ରନର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ମ୍ୟାଚକୁ କାବୁ କରିଥିଲେ । ଦଳ ପ୍ରଥମେ ୩୧ ରନରେ ୨ ଓ୍ୱିକେଟ ହରାଇଥିଲେ ବି ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ।

ଧୋନୀଙ୍କ ଦମଦାର ବ୍ୟାଟିଂ

ଗୋଟିଏ ସମୟରେ ଭାରତ ୧୧୪ ରନରେ ୩ ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ଗୌତମ ଗମ୍ଭୀରଙ୍କୁ ସାଥ୍ ଦେବାକୁ ଯୁବରାଜ ସିଂ ଆସିଥାନ୍ତେ । କିନ୍ତୁ ଧୋନୀ ୫ ନମ୍ବରରେ ଆସିଥିଲେ । ସେ ଦମଦାର ବ୍ୟାଚିଂ କରି ଦଳକୁ ଜିତାଇବା ସହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

ଛକା ସହ ଚାମ୍ପିଅନ କରାଇଥିଲେ

ଧୋନୀ ଗମ୍ଭୀରଙ୍କ ସହ ୧୦୯ ରନର ପାର୍ଟନରସିପ୍ କରିଥିଲେ । ଗମ୍ଭୀର ୯୭ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଧୋନୀ ୭୯ ବଲରୁ ୮ ଚୌକା ଓ ୨ ଛକା ସହ ୯୧ ରନ୍ କରି ଆପରାଜିତ ରହିଥିଲେ । ଏହାସହ ବିଜୟୀ ଛକା ମାରି ସମସ୍ତଙ୍କ ହୃଦୟ ଜିତିଥିଲେ ।

ଭାରତ ୨୮ ବର୍ଷ ପରେ ବିଶ୍ୱବିଜେତା ହୋଇଥିଲା । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱ ବିଜେତା ହେବାର ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା । ଦଳର ଖେଳାଳି ତାଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମରେ ବୁଲାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ