ରାଜ୍ୟ ସ୍ୱାସ୍ଥ୍ୟ

ଆଜିର କୋଭିଡ ମୃତ୍ୟୁ ସୂଚନା: ରାଜ୍ୟରେ ପୁଣି ୨୩ ଜଣ କରୋନା ସଂକ୍ରମିତଙ୍କ ପ୍ରାଣହାନି, ମୃତକଙ୍କ ସଂଖ୍ୟା ୮୭୩୪କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ୨୩ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୩୪କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ପୁରୀ ଜିଲ୍ଲାର ୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଦୁଇ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ତେଣେ ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୦୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୨୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୮୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୨୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୭ ଜଣ, ବାଲେଶ୍ୱରରୁ ୪୦ ଜଣ, ବରଗଡ଼ରୁ ୧୭ ଜଣ, ଭଦ୍ରକରୁ ୪୦ ଜଣ, ବଲାଙ୍ଗୀରରୁ ୬୫ ଜଣ, ବୌଦ୍ଧ ଜିଲ୍ଲାରୁ ୫୫, କଟକରୁ ୧୫୫ ଜଣ, ଦେବଗଡ଼ରୁ ୯ ଜଣ, ଢେଙ୍କାନାଳରୁ ୬୧ ଜଣ, ଗଜପତିରୁ ୬୪, ଗଞ୍ଜାମରୁ ୩୫ ଜଣ, ଜଗତସିଂହପୁରରୁ ୩୨ ଜଣ, ଯାଜପୁରରୁ ୫୩ ଜଣ, ଝାରସୁଗୁଡ଼ାରୁ ୫୬ ଜଣ, କଳାହାଣ୍ଡିରୁ ୩୬ ଜଣ, କନ୍ଧମାଳରୁ ୪୪ ଜଣ, କେନ୍ଦ୍ରାପଡ଼ାରୁ ୭୬ ଜଣ, କେଉଁଝରରୁ ୪୦ ଜଣ, ଖୋର୍ଦ୍ଧାରୁ ୪୨୯ ଜଣ, କୋରାପୁଟରୁ ୪୫ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୪୨ ଜଣ, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୭୦ ଜଣ, ନୂଆପଡ଼ାରୁ ୩୮ ଜଣ, ପୁରୀରୁ ୩୪ ଜଣ, ରାୟଗଡ଼ାରୁ ୪୩ ଜଣ, ସମ୍ୱଲପୁରରୁ ୫୬ ଜଣ, ସୋନପୁରରୁ ୩୭, ସୁନ୍ଦରଗଡ଼ରୁ ୨୧୯ ଜଣ ଓ ଷ୍ଟେଟ ପୁଲରୁ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨, ୬୬, ୮୭୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୩୪, ୩୫୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୩, ୬୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ