ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ମାଟ୍ରିକ୍ ଖାତା ମୂଲ୍ୟାୟନ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଖାତା ମୂଲ୍ୟାୟନ ମାର୍ଚ ୧୫ରୁ ଆରମ୍ଭ ହେବ। ବିଷୟଭିତ୍ତିକ ପରୀକ୍ଷା(ସବ୍‌ଜେକ୍ଟିଭ୍ ଆନ୍‌ସର ବୁକ୍‌) ମୂଲ୍ୟାୟନ ପାଇଁ ୧୪ଦିନ ସମୟ ଧାର୍ଯ୍ୟ କରାଯାଇଛି। ଖାତା ମୂଲ୍ୟାୟନ ପାଇଁ ବୋର୍ଡ ଦ୍ବାରା ନିଯୁକ୍ତି ପାଇଥିବା ମୁଖ୍ୟ ପରୀକ୍ଷକ, ଡେପୁଟି ମୁଖ୍ୟ ପରୀକ୍ଷକ, ପରୀକ୍ଷକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାସ୍ତରରେ ଅନୁଷ୍ଠିତ ହୋଇଛି। ଆସନ୍ତାକାଲିଠାରୁ ବିଧିବଦ୍ଧ ଭା‌ବେ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହେବ।

ମିଳିଥିବା ‌ସୂଚନା ଅନୁସାରେ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସବ୍‌ଜେକ୍ଟିଭ୍ ଖାତା ମୂଲ୍ୟାୟନ ପାଇଁ ଗୋଟିଏ ୟୁନିଟ୍‌ରେ ୨୪ଜଣ ପରୀକ୍ଷକ ରହୁଥିବା ବେଳେ ଇଂରାଜୀ, ଗଣିତ, ହିନ୍ଦୀ, ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକ ରହିଛନ୍ତି। ମୂଲ୍ୟାୟନ ପାଇଁ ମୋଟ ୫୫ଟି ମୂଲ୍ୟାୟନ କେନ୍ଦ୍ର ରହିଥିବା ବେଳେ ମୂଲ୍ୟାୟନ କାର୍ଯ୍ୟରେ ୧୫ ହଜାରରୁ ଅଧିକ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟକୁ ସିଧାସଳଖ ମାର୍କ ପୋଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ‌ଏହାବ୍ୟତୀତ ‌ଅନ୍ୟ ଭାଷା ତେଲଗୁ, ଉର୍ଦ୍ଦୁ, ବଙ୍ଗଳା ଆଦି ଭାଷାର ଖାତା ମୂଲ୍ୟାୟନ ପାଇଁ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲକୁ ମୂଲ୍ୟାୟନ କେନ୍ଦ୍ର ଚୟନ କରାଯାଇଛି। ଏହି ସବୁ ସ୍କ୍ରିପ୍ଟ୍‌ ଖାତା ମୂଲ୍ୟାୟନ ଆସନ୍ତା ୨୦ ତାରିଖରୁ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ମାଟ୍ରିକ୍, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଗଲା ଫେବ୍ରୁଆରି ୨୦ରୁ ଆରମ୍ଭ ହୋଇ ମାର୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ପାଇଁ ୭ହଜାର ୮୩୧ଜଣ ଫର୍ମପୂରଣ କରିଥିଲେ। ଏସବୁ ପରୀକ୍ଷା ରାଜ୍ୟର ୩୦୩୭ ପରୀକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।