ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀ‌ରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତର ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତରାତିରେ ଦ୍ବୈତନଗରୀ ଭୁବନେଶ୍ବର ଓ କଟକର ରାତି ତାପମାତ୍ରାରେ ହ୍ରାସ ଦେଖିବାକୁ ମିଳିଥିଲା। କଟକର ସର୍ବନିମ୍ନ ୧୫.୨ଡିଗ୍ରି ଓ ଭୁବନେଶ୍ବରରେ ୧୫.୮ ଡିଗ୍ରି ରହିଥିଲା। ସେହିପରି ଗତ ମଧ୍ୟରାତିରୁ ଆରମ୍ଭ ହୋଇଥିବା କୁହୁଡ଼ି ଗୁରୁବାର ପୂର୍ବାହ୍ଣ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ସକାଳେ କୁହୁଡ଼ିର ଘନତ୍ବ ଅଧିକ ରହିଥିଲା। କଟକ ଓ ଅନୁଗୁଳରେ ଦୃଶ୍ୟମାନ ଦୂରତା ୧୦୦ ମିଟର, ବଲାଙ୍ଗୀରରେ ୧୫୦ ମିଟର ଓ ଫୁଲବାଣୀରେ ୨୦୦ ମିଟର ରହିଥିଲା। ଭବାନୀପାଟଣା, ବାରିପଦା, ସମ୍ବଲପୁର ଓ ହୀରାକୁଦରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା।

ଆଜି ରାଜ୍ୟର ପାଗ ମୁଖ୍ୟତଃ ଖରାଟିଆ ଓ ଶୁଖିଲା ରହିବ। ରାତିରେ ଶୀତର ପ୍ରକୋପ ବଢ଼ିବା ସହ କୁହୁଡ଼ି ପଡ଼ିବ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳର ସର୍ବନିମ୍ନ ତାପମାତ୍ରା ଦେଢ଼ ଡିଗ୍ରି ଯାଏ ତଳକୁ ଖସି ୧୪ ଡିଗ୍ରି ପାଖାପାଖି ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।