ଖେଳ ଦେଶ ବିଦେଶ

ଆଜିଠୁ ଦିନିକିଆ ସିରିଜ୍‌ : ଓ୍ବିକେଟ୍‌କିପର ଭାବେ ରାହୁଲ ଏବଂ ପନ୍ତଙ୍କ ମଧ୍ୟରୁ କାହାକୁ ମିଳିବ ସୁଯୋଗ? ଚମତ୍କାର ଫର୍ମରେ ଋଷଭ-ସଂଘର୍ଷ କରୁଛନ୍ତି ଲୋକେଶ୍

ନୂଆଦିଲ୍ଲୀ ୨୩/୦୩ : ମଙ୍ଗଳବାର ଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ଟିକିଆ ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆରେ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଖେଳାଳୀ ଚୟନ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଅଧିନାୟକ ବିରାଟ କୋହଲି ପ୍ରେସ୍‌ କନ୍‌ଫରେନ୍ସରେ ସ୍ପଷ୍ଟ କରିସାରିଛନ୍ତି ଯେ, ରୋହିତ ଶର୍ମାଙ୍କ ସହିତ ଶିଖର ଧାଓ୍ବନ ହିଁ ପ୍ରଥମ ମ୍ୟାଚରେ ଇନିଂସ ଓପନ କରିବେ । କିନ୍ତୁ ମିଡିଲ୍‌ ଅର୍ଡରକୁ ନେଇ ଏବେ ବି ଦ୍ବନ୍ଦ ଲାଗିରହିଛି । ଓ୍ବିକେଟ୍‌ କିପର ଭାବେ ଋଷଭ ପନ୍ତ ଏବଂ କେଏଲ ରାହୁଲଙ୍କ ମଧ୍ୟରୁ ଦଳରେ କାହାକୁ ସାମିଲ କରାଯିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି ।

ପୂର୍ବତନ ଭାରତୀୟ କ୍ରିକେଟର ଦୀପଦାସ ଗୁପ୍ତା କହିଛନ୍ତି, ଫର୍ମକୁ ଦୃଷ୍ଟିରେ ରଖି କେଏଲ ରାହୁଲଙ୍କ ବଦଳରେ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରାଯିବା ଉଚିତ । ବର୍ତ୍ତମାନ ଋଷଭ ପନ୍ତ ଚମତ୍କାର ଫର୍ମରେ ଅଛନ୍ତି । ତେଣୁକରି ୫ନଂ ସ୍ଥାନରେ ବ୍ୟାଟିଂ କରିବାକୁ ସେ ପ୍ରମୁଖ ଦାବିଦାର ବୋଲି ଦୀପଦାସ ଗୁପ୍ତା କହିଛନ୍ତି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, କେଏଲ ରାହୁଲଙ୍କୁ ନେଇ ଟିମ୍‌ କଣ ପଦକ୍ଷେପ ନେବ? ରାହୁଲ ଜଣେ ଚମତ୍କାର କ୍ରିକେଟର ଏଥିରେ ସନ୍ଦେହ ନାହିଁ । କିନ୍ତୁ ବର୍ତ୍ତମାନ ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରେ ସାମିଲ କରାଯିବା ନେଇ ଦ୍ବନ୍ଦ ଦେଖାଦେଇଛି । ଟ୍ବେଣ୍ଟି-ଟ୍ବେଣ୍ଟିରେ ଖରାପ ଫର୍ମ ଯୋଗୁଁ ସେ ଟିମ୍‌ରୁ ଆପାତତ୍ ବାହାରେ ଅଛନ୍ତି । ଟେଷ୍ଟ ଟିମ୍‌ରେ ମଧ୍ୟ ତାଙ୍କୁ ପୂର୍ବରୁ ବାଦ ଦିଆଯାଇଛି । ତେଣୁ ବର୍ତ୍ତମାନ ଯଦି ସେ ଦିନିକିଆରୁ ମଧ୍ୟ ବାଦ ପଡନ୍ତି ତେବେ ଆଗାମୀ ଦିନରେ ରାହୁଲଙ୍କ ଟିମ୍‌କୁ ପ୍ରତ୍ୟାବର୍ତ୍ତନ ମଧ୍ୟ ମୁସ୍କିଲ ହୋଇଯିବ ।

ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ରେ କେଏଲ ରାହୁଲ ୪ଟି ମ୍ୟାଚ ଖେଳି ମାତ୍ର ୧୫ ରନ କରିଥିଲେ । ଚିନ୍ତାରକାରଣ ହେଉଛି ସେ ୨ଟି ମ୍ୟାଚରେ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ସେପଟେ ଉଭୟ ଟେଷ୍ଟ ଏବଂ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ରେ ଋଷଭ ପନ୍ତ ଦମଦାର ପ୍ରଦର୍ଶନ କରିଥିଲେ । ତେବେ ଦିନିକିଆ ସିରିଜରେ ରାହୁଲଙ୍କୁ ଆଉ ଏକ ସୁଯୋଗ ମିଳୁଛି କି ନାହିଁ ତାହା ଉପରେ ନଜର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ