ଧର୍ମ

ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ବାରିପଦା ୫।୮: ଦୀର୍ଘ ଦିନର ବ୍ୟବଧାନ ପରେ ଆଜିଠାରୁ ଭକ୍ତ ଓ ଭଗବାନଙ୍କର ହେଲା ମିଳନ । ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଏବଂ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମଠ ମନ୍ଦିର । ଏନେଇ ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।


କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ମୟୁରଭଞ୍ଜ ଜିଲ୍ଲାର ସମସ୍ତ ମଠ ମନ୍ଦିର ବନ୍ଦ ପଡିଥିଲା । ତେବେ ରାଜ୍ୟ ସରକାର ରାଜ୍ୟର ସମସ୍ତ ମଠ ମନ୍ଦିର ଖୋଲିବା ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନକୁ ଜିଲ୍ଲାର ପରିସ୍ଥିତି ଦେଖି ମଠ ମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ଖୋଲିବାକୁ କହିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏନେଇ ଅଗଷ୍ଟ ୫ ଅର୍ଥାତ୍ ଆଜିଠାରୁ ସମସ୍ତ ମଠ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ।


ସେପଟେ ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଲା ବାରିପଦାର ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଓ ବାରିପଦାର ଅଧିଷ୍ଠିତ ଦେବୀ ମା’ ଅମ୍ବିକାଙ୍କ ଶକ୍ତିପୀଠ। କରୋନ କଟକଣାରେ ଦୀର୍ଘ ଦିନ ଭକ୍ତଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିବା ବାରିପଦାର ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ମନ୍ଦିର ଆଜିଠାରୁ ଦର୍ଶନ ପାଇଁ ଖୋଲାଯାଇଛି । ଏନେଇ ମନ୍ଦିର ସମସ୍ତ ସେବାୟତମାନେ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ଖୁସିର ଭାବାବେଗ ସୃଷ୍ଟି ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଭକ୍ତମାନେ ମନ୍ଦିର ପ୍ରବେଶ କରିବା ପୂର୍ବରୁ କରୋନ କଟକଣା ମାନି ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧି ଏବଂ ସେନିଟାଇଜ ହେବାକୁ ବାଧ୍ୟତାମୂଳକ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ