ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟରେ ଏବେ ପ୍ରବଳ ଜାଡ଼ ଲାଗି ରହିଥିବା ବେଳେ ଆଜିଠାରୁ ଶୀତ କମିବ। ୩ ଦିନରେ ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଚଢ଼ିଯିବ ପାରଦ। ଫଳରେ ରାଜ୍ୟ ପ୍ରବଳ ଜାଡ଼ରୁ ମୁକ୍ତି ପାଇବ। ସୋମବାର ଦିନ ସେମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୪ସହରର ତାପମାତ୍ରା ୧୦ଡିଗ୍ରି ତଳକୁ ରହିଥିଲା। କିରେଇରେ ରାତି ତାପମାତ୍ରା ୪.୩ ଡିଗ୍ରି, ଫୁଲବାଣୀରେ ୪.୯ ଡିଗ୍ରି, ଜି. ଉଦୟଗିରିଠାରେ ୫ ଡିଗ୍ରି, କୋରାପୁଟରେ ୬.୫ ଡିଗ୍ରି, ସୁନ୍ଦରଗଡ଼ରେ ୭ ଡିଗ୍ରି, ଭବାନୀପାଟଣା, ଦାରିଙ୍ଗବାଡ଼ି ଓ ଢେଙ୍କାନାଳରେ ୭.୫ ଡିଗ୍ରି, ଝାରସୁଗୁଡ଼ାରେ ୭.୮ ଡିଗ୍ରି, କେନ୍ଦୁଝରଗଡ଼ରେ ୮.୪ ଡିଗ୍ରି, ବଲାଙ୍ଗୀରରେ ୮.୮ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି ଓ ମହିଷାପାଟରେ ୯.୮ ଡିଗ୍ରି ରେକର୍ଡ କରାଯାଇଛି।
ଆଜିଠାରୁ ଶୀତର ପ୍ରକୋପ କମିବ। ଶୀତ ପ୍ରକୋପ କମିବା ସହ କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ। ଆଜି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ନିର୍ମଳ ଓ ପାଗ ଖରାଟିଆ ରହିବ। ଦିନରେ ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ୧୩ ଡିଗ୍ରି ରହିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଆଜିଠୁ କମିବ ଶୀତ, କିଛି କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିବ