ରାଜ୍ୟ

ଆଜିଠୁ ଆରମ୍ଭ ହେଲା ଏସଇବିସି ସର୍ଭେ: ବିଜେପିର ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଏସଇବିସି ସର୍ଭେ। ସାରା ରାଜ୍ୟର ଏହି ସର୍ଭେ ଚାଲିଛି। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ୭୦ ସ୍କୁଲର ୧୦୧ଟି ସେଣ୍ଟର୍ ରେ ହେଉଛି ସର୍ଭେ। ଭୋଟର ଆଇ କାର୍ଡ, ପାସପୋର୍ଟ, ପ୍ୟାନ କାର୍ଡ, ଆଧାର କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ତଥ୍ୟ ଦେଇ ସର୍ଭେରେ ନିଜ ନାଁ ସାମିଲ କରୁଛନ୍ତି ଏହି ବର୍ଗର ଲୋକେ। ନୋଡାଲ ଅଫିସର, ମେୟର ସେଣ୍ଟର୍ ଗୁଡ଼ିକ ବୁଲି ଦେଖୁଛନ୍ତି। ୨୦ ତାରିଖ ଯାଏ ସର୍ଭେ ଏବଂ ୨୦ ରୁ ୨୭ ତାରିଖ ଯାଏ ସ୍ପେସାଲ୍ ସର୍ଭେ ହେବ। ବ୍ରାହ୍ମଣ, କରଣ, ଏସ ସି, ଏସ ଟିକୁ ବାଦ ଦେଲେ 208ଟି ଜାତି ଏହି ସର୍ଭେରେ ଭାଗ ନେବେ। ଏହି ବର୍ଗର ଲୋକ ମାନଙ୍କ ଶିକ୍ଷା ଓ ସାମାଜିକ ସ୍ଥିତି ଜାଣିବା ଏହି ସର୍ଭେ ଉଦ୍ଦେଶ୍ୟ।
ଏଣେ ସର୍ଭେରେ ସାମିଲ ହେବା ଲାଗି ସମସ୍ତ ପଛୁଆ ବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା। ସେ କହିଛନ୍ତି, ପଛୁଆ ବର୍ଗ ସର୍ଭେ ଆଜିଠୁ ଆରମ୍ଭ କରାଯାଇଛି। ୨୭ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ। ପଛୁଆ ବର୍ଗର ସମସ୍ତ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି ସମସ୍ତେ ଏହି ସର୍ଭେ ରେ ସାମିଲ ହୁଅନ୍ତୁ। ସାମାଜିକ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ କରାଯାଉଛି। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର କି ସର୍ଭେ ସେଣ୍ଟରକୁ ଯାଇ ନିଜ ନିଜର ତଥ୍ୟ ଦାଖଲ କରନ୍ତୁ।


ତେଣେ ବିଜେପିର ଅଭିଯୋଗ ଉପରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କିଏ କଣ ଅଭିଯୋଗ କଲେ ସେଥିରେ କିଛି ନାହିଁ। ପଛୁଆ ବର୍ଗ ଙ୍କ ସାମାଜିକ ଓ ଶିକ୍ଷା ଗତ ସ୍ଥିତି ଜାଣିବା ପାଇଁ ଆମେ ଏହି ସର୍ଭେ କରୁଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।