ମନୋରଞ୍ଜନ ରାଜ୍ୟ

ଆଜିଠାରୁ ମଞ୍ଜରୀରେ ସୁନାଫରୁଆ

ପ୍ରତ୍ନତତ୍ତ୍ବ ଓ କୀର୍ତ୍ତିରାଜି ବିଭାଗର ଛାତ୍ରୀ ତଥା କାହାଣୀର ନାୟିକା ଆରାଧ୍ୟା ନିଜ ସହପାଠୀ ସହ ଏକ ପ୍ରାଚୀନ ମନ୍ଦିରର ତଥ୍ୟ ସଂଗ୍ରହ କଲାବେଳେ ଆକୃଷ୍ଟ ହେଇଯାଏ ଏକ ଭଗ୍ନ ପ୍ରସ୍ତର ମୂର୍ତ୍ତି ଆଡ଼କୁ, ଆଉ ତାକୁ ମନେହୁଏ ଯେମିତି ତା’ର ଏହି ପରିବେଶ ସହିତ କିଛି ଅଦ୍ଭୁତ ସମ୍ପର୍କ ରହିଛି, ଯାହାକୁ ସେ ବାରମ୍ବାର ଅନୁଭବ କରିପାରୁଛି କିନ୍ତୁ ପ୍ରକାଶ କରିପାରୁନି। ଏହି ପୁରୁଣା ମନ୍ଦିର ତଥା ଭଗ୍ନ ପ୍ରସ୍ତର ମୂର୍ତ୍ତି ଭିତରେ ଲୁଚି ରହିଛି ମେଗାଧାରାବାହିକ ‘ସୁନା ଫରୁଆ’ର ସୁନ୍ଦର କାହାଣୀ।

ପୂର୍ବ ଜନ୍ମ ଓ ପର ଜନ୍ମରେ ବିଶ୍ବାସ କରନ୍ତି କାହାଣୀର ଲେଖକ ଓ ନିର୍ଦ୍ଦେଶକ। ଏହି ଧାରାବାହିକର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଉଷସୀ ମିଶ୍ର, ସୁଲଗ୍ନା, ‌ନୈନା ଦାସ, ବିକ୍ରମ ଓ ଚୌଧୁରୀ ବିକାଶ ଦାସଙ୍କ ଭଳି ଅନେକ ସୁନାମଧନ୍ୟ କଳାକାର। ଏଇ ନଭେମ୍ବର ମାସ ୮ ତାରିଖରେ ମନୋରଞ୍ଜନ ଚ୍ୟାନେଲ୍‌ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ନୂଆ ମେଗାଧାରାବାହିକ ‘ସୁନାଫରୁଆ’। ପ୍ରେମ ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ ପରିକଳ୍ପିତ ଏଇ ଧାରାବାହିକରେ ଓଡ଼ିଆ ଦର୍ଶକଙ୍କୁ ଏକ ଭିନ୍ନସ୍ବାଦର କାହାଣୀ ଦେଖିବାକୁ ମିଳିବ, ଯାହାର ପୃଷ୍ଠଭୂମି ଶହେବର୍ଷ ତଳର ଏକ ଘଟଣା। ଏହା ସହିତ ବର୍ତ୍ତମାନ ସମୟର ଚରିତ୍ରମାନଙ୍କର ସମ୍ପର୍କକୁ ନେଇ ଚିତ୍ରିତ କରାଯାଇଛି। ଏହି ଧାରାବାହିକଟିର ମୁଖ୍ୟ ଚରିତ୍ର ଭାବରେ ଦର୍ଶକମାନେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଦେଖିବାର ସୁଯୋଗ ପାଇବେ।

ଓଡ଼ିଆ ଦର୍ଶକମାନେ ମଞ୍ଜରୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭଳି ଏହାକୁ ମଧ୍ୟ ଚ୍ୟାନେଲ୍‌ର ୟୁଟ୍ୟୁବ୍ ପ୍ଲାଟ୍‌ଫର୍ମରେ ଦେଖିପାରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ