ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜିଠାରୁ ନୂଆ ନିୟମ ଲାଗୁ: ବଦଳିଲା ଆୟକର, ଫାସ୍‌ଟ୍ୟାଗ୍‌, ଇପିଏଫ୍‌ଓ, ମ୍ୟୁଚୁଆଲ୍‌ ଫଣ୍ଡ, ବୀମା, ଡେବିଟ୍, କ୍ରେଡିଟ୍ କାର୍ଡ ଓ ଏନ୍‌ପିଏସ୍‌ ନିୟମ

ନୂଆଦିଲ୍ଲୀ: ସୋମବାର (ଏପ୍ରିଲ ୧)ରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ନୂଆ ଆର୍ଥିକ ବର୍ଷ‌ର ପ୍ରଥମ ଦିନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଆର୍ଥିକ ‌କ୍ଷେତ୍ର ସହ ଜଡ଼ିତ ଅନେକ ପରିବର୍ତ୍ତନ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଆୟକର, ଫାସ୍‌ଟ୍ୟାଗ୍‌, ମ୍ୟୁଚୁଆଲ୍‌ ଫଣ୍ଡ, ବୀମା, ଡେବିଟ୍ ଓ କ୍ରେଡିଟ୍ କାର୍ଡ, ଇପିଏଫ୍‌ଓ ଓ ଏନ୍‌ପିଏସ୍‌ ଲାଗି ନୂଆ ନିୟମ ଲାଗୁ ହେବ।

ପହିଲାରୁ ନୂଆ ଟିକସ ବ୍ୟବସ୍ଥାକୁ ଆୟକର ପ୍ରଦାନ କ୍ଷେତ୍ରରେ ଡିଫଲ୍ଟ ସେଟିଂ ବା ପୂର୍ବରୁ ଧାର୍ଯ୍ୟ ବ୍ୟବସ୍ଥା ଗ୍ରହଣ କରାଯିବ। ଅର୍ଥାତ ଯଦି ଜଣେ ଟିକସ ପ୍ରଦାନକାରୀ ପୁରୁଣା ଟିକସ ଢାଞ୍ଚାକୁ ନିଜଆଡ଼ୁ ଚୟନ ନକରିବେ ତାହେଲେ ସେ ନୂଆ ଟିକସ ଢାଞ୍ଚାରେ ହିଁ ଟିକସ ପ୍ରଦାନ କରିବେ। ନୂଆ ଟିକସ ଢାଞ୍ଚାରେ ଜଣକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ନୂଆ ଆୟକର ସ୍ଲାବ୍‌ ଅନୁସାରେ ୩ ଲକ୍ଷ ୧ ଟଙ୍କାରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%,
୬ ଲକ୍ଷ ୧ ଟଙ୍କାରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦%, ୯ ଲକ୍ଷ ୧ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୫%, ୧୨ ଲକ୍ଷ ୧ ଟଙ୍କାରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦% ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ହେବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ନିୟମ ବଦଳିବ। ପହିଲାରୁ ଚାକିରି ବଦଳାଇଲେ ଇପିଏଫ୍‌ ଖାତା ଓ ସେଥିରେ ଥିବା ବଳକା ଅର୍ଥ ଆପେ ସ୍ଥାନାନ୍ତର ହୋଇଯିବ। ପୂର୍ବରୁ ଏହି କାମ ମାନୁଆଲ୍‌ ଭାବେ ହେଉଥିଲା। ଆସନ୍ତାକାଲିଠାରୁ ସେହି ପ୍ରକ୍ରିୟା ସ୍ବୟଂକ୍ରିୟ ହେବ।

ସେହିପରି, ଫ୍ୟାସଟ୍ୟାଗ୍‌ ସହ ଜଡ଼ିତ ନିୟମ ବି ବଦଳିବ। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଫାସଟ୍ୟାଗ୍‌ ବ୍ୟବହାରକାରୀଙ୍କ ପାଇଁ କେୱାଇସ ଅପଡେଟ୍‌ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ଧାର୍ଯ୍ୟ କରିଥିଲା। ଯଦି ଗାଡ଼ିମାଲିକମାନେ ଫାସଟ୍ୟାଗ୍‌ କେୱାଇସି ଅପଡେଟ୍‌ କରି ନଥିବେ ତାହେଲେ ଫାସଟ୍ୟାଗ୍‌ ବନ୍ଦ ହୋଇଯାଇପାରେ। ଏନଏଚଏଆଇ ପୂର୍ବରୁ ଘୋଷଣା କରି କହିଥିଲା ୱାନ୍‌ ଭେଇକିଲ୍‌, ୱାନ୍‌ ଫାସଟ୍ୟାଗ୍‌ ଅଭିଯାନ ଅଧୀନରେ ବିନା କେୱାଇସିରେ ଫାସଟ୍ୟାଗ୍‌ର କଳା ତାଲିକାଭୁକ୍ତ କିମ୍ବା ନିଷ୍କ୍ରିୟ କରାଯିବ। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ପୂର୍ବରୁ କହିଥିଲା ଯେ ୨୦୨୪ ଏପ୍ରିଲ ପହିଲାରୁ ବୀମା ପଲିସି ଡିଜିଟାଇଜ୍‌କୁ ବାଧ୍ୟତାମୂଳକ କରାଯିବ। ଫଳରେ ଏହି ନିର୍ଦ୍ଦେଶ ଅନୁଯାୟୀ, ଜୀବନ, ସ୍ବାସ୍ଥ୍ୟ ଏବଂ ସାଧାରଣ ବୀମା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ ପଲିସକୁ ଇଲେକ୍ଟ୍ରୋନିକ ରୂପରେ ଜାରି କରିବେ। ଏଥସହିତ ବୀମା ପଲିସିର ସରେଣ୍ଡର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହେବ।

ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକଙ୍କ ପାଇଁ କେୱାଇସି କାର୍ଯ୍ୟ ପୁନଃସଂପାଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୪ ରଖାଯାଇଛି। ଯେଉଁ ମ୍ୟୁଚୁଆଲ ଫଣ୍ଡ ନିବେଶକମାନଙ୍କର କେୱାଇସି ଅଫିସିଆଲି ବୈଧ ଦସ୍ତାବିଜ୍‌ ଉପରେ ପର୍ଯ୍ୟବସିତ ନୁହେଁ ସେମାନଙ୍କୁ ଏହା କରିବାକୁ କୁହାଯାଇଛି। ଧାର୍ଯ୍ୟ ସମୟସୀମା ସୁଦ୍ଧା କେୱାଇସି କାର୍ଯ୍ୟ କରି ନଥିଲେ ଏପ୍ରିଲ ପହିଲାରୁ ଏସଆଇପି ଓ ଏସଡବ୍ଲୁପି ଭଳି କାରବାର ମ୍ୟୁଚୁଆଲ ଫଣ୍ଡ୍‌ ନିବେଶକମାନେ କରିପାରିବେ ନାହିଁ।
ଏଥିସହିତ ଏପ୍ରିଲ ପହିଲାରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଗ୍ୟାସ ମୂଲ୍ୟରେ ମଧ୍ୟ ସଂ‌ଶୋଧନ କରିପାରନ୍ତି। କାର୍‌ କମ୍ପାନି କିଆ ମଧ୍ୟ ‌ଏହାର ଗାଡ଼ି ମୂଲ୍ୟରେ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ନେଇ ପୂର୍ବରୁ ଘୋଷଣା କରିଛି। ଏଥିସହିତ ‌କେତେକ ବ୍ୟାଙ୍କ ସେମାନଙ୍କ କ୍ରେଡିଟ୍ କାର୍ଡ ନିୟମରେ ସଂଶୋଧନ ଆଣିବା ନେଇ ଘୋଷଣା କରିଛନ୍ତି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଡେବିଟ୍ କାର୍ଡର ବାର୍ଷିକ ରକ୍ଷଣାବେକ୍ଷଣ ଫି’ ବୃଦ୍ଧି କରିବ। ନ୍ୟାସନାଲ୍‌ ପେନ୍‌ସନ୍ ସିଷ୍ଟମ୍ (ଏନ୍‌ପିଏସ୍‌) ଲାଗି ଦୁଇ ପର୍ଯ୍ୟାୟ ଆଧାରଭିତ୍ତିକ ଅଥେଣ୍ଟିକେସନ ଲାଗୁ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ