ଖେଳ

ଆଜାରେଙ୍କା ବିଦା, ଗ୍ରାଣ୍ଡ୍‌ ସ୍ଲାମ୍‌ ଏକକ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବାରେ ଜିଦାଁସେକ୍‌ ପ୍ରଥମ ସ୍ଲୋଭେନିଆ ମହିଳା

ପ୍ୟାରିସ: ତାମରା ଜିଦାଁସେକ ପ୍ରଥମ ସ୍ଲୋଭେନିଆ ମହିଳା ଭାବେ କୌଣସି ଗ୍ରାଣ୍ଡ ସ୍ଲାମ୍‌ର ଏକକ ବର୍ଗ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ୭-୬, ୬-୧ ସିଧାସଳଖ ସେଟ୍‌ରେ ଅଣମାନ୍ୟତାପ୍ରାପ୍ତ ରୋମାନିଆର ସୋରାନା କିର୍ସ୍ତିଆଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ କୌଣସି ‌ଗ୍ରାଣ୍ଡ ସ୍ଲାମ୍‌ର ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିନଥିବା ୮୫ ମାନ୍ୟତାପ୍ରାପ୍ତ ଜିଦାଁସେକ କିନ୍ତୁ ୨୦୦୯ ରୋଲାଁ ଗ୍ୟାରସ କ୍ବାର୍ଟର ଫାଇନାଲିଷ୍ଟ କିର୍ସ୍ତିଆଙ୍କୁ ମାତ୍‌ ଦେଇଥିଲେ।

କ୍ବାର୍ଟର ଫାଇନାଲ୍‌ରେ ଜିଦାଁସେକ୍‌ ସ୍ପେନ୍‌ର ପୌଲା ବାଦୋସାଙ୍କୁ ଭେଟିବେ। ଅନ୍ୟ ଏକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ବାଦୋସା ୬-୪, ୩-୬, ୬-୨ ବିଂଶ ମାନ୍ୟତାପ୍ରାପ୍ତ ୨୦୧୯ ଉପବିଜୟିନୀ ଚେକ୍‌ ଗଣରାଜ୍ୟର ମାର୍କେଟା ‌ଭୋଣ୍ଡ୍ରୁସୋଭାଙ୍କୁ ପରାସ୍ତ କରିଥିଲେ। ସେହିପରି ଦୁଇ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ ଆଜରେଙ୍କା ବିଦାୟ ନେଇଛନ୍ତି। ୮ ବର୍ଷ ବ୍ୟବଧାନ ପରେ ଫ୍ରେଞ୍ଚ୍‌ ଓପନ୍‌ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଥିବା ବେଲାରୁଷ ଲଳନା ଆଜରେଙ୍କାଙ୍କୁ ୭-୫, ୩-୬, ୨-୬ ସେଟ୍‌ରେ ରୁଷିଆର ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭା ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ