ଖେଳ

ଆଜ‌ରବୈଜାନ ଗ୍ରାଁ ପ୍ରି ଜିତିଲେ ପେରେଜ

ବକୁ: ନାଟକୀୟ ଘଟଣାକ୍ରମରେ କିଛି ସମୟ ରେସ୍‌ ବନ୍ଦ ରହି ପୁଣି ଥରେ ଆରମ୍ଭ ହୋଇଥିବା ଫର୍ମୁଲା ୱାନ୍‌ର ଆଜରବୈଜାନ ଗ୍ରାଁ ପ୍ରିରେ ମେକ୍ସିକୋର ରେଡ୍‌ ବୁଲ୍‌ ଚାଳକ ସର୍ଗିଓ ପେରେଜ ବିଜେତା ହୋଇଛନ୍ତି। ଅଷ୍ଟନ ମାର୍ଟିନର ସେବାସ୍ତିଆନ୍‌ ଭେଟେଲ ଦ୍ବିତୀୟ ଏବଂ ଆଲ୍‌ଫା ତୌରିର ପିଏରେ ଗାସ୍‌ଲି ତୃତୀୟ ପୋଡିୟମ ଫିନିସ୍‌ କରିଥିଲେ। ରବିବାର ବକୁରେ ଆୟୋଜିତ ଏହି ରେସ୍‌ର ୫ଟି ଲ୍ୟାପ୍‌ ବାକିଥିଲା ବେଳେ ପେରେଜଙ୍କ ରେଡ୍‌ବୁଲ୍‌ ଦଳୀୟ ସାଥୀ ମାକ୍ସ ଭର୍ସ୍ତାପେନଙ୍କ ଟାୟାର ଫାଟିଯାଇଥିଲା। ଫଳରେ ରେସ୍‌କୁ କିଛି ସମୟ ବନ୍ଦ ରଖିବା ପରେ ପୁଣି ଥରେ ଆରମ୍ଭ ‌କରାଯାଇଥିଲା। ବନ୍ଦ ସମୟରେ ଦ୍ବିତୀୟ ସ୍ଥାନରେ ଥିବା ୭ ଥରର ବିଶ୍ବ ବିଜେତା ଲୁଇସ ହାମିଲଟନ୍‌ ପୁନଃ ଆରମ୍ଭ ବେଳେ ଟ୍ରାକ୍‌ ଛାଡ଼ି ପଳାଇବାରୁ ‌‌ପଏଣ୍ଟ ପାଇବାରେ ବିଫଳ ହୋଇଥିଲେ। ଫଳରେ ପୂର୍ବ ପରି ଭର୍ସ୍ତାପେନ୍‌ (୧୦୫ ପଏଣ୍ଟ୍‌) ଚାଳକ ଦୌଡ଼ରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ହାମିଲଟନ୍‌ (୧୦୧) ଦ୍ବିତୀୟରେ ରହିଛନ୍ତି। ରେଡ୍‌ବୁଲ୍‌ରେ ଯୋଗ ଦେବା ପରେ ପେରେଜଙ୍କର ଏହା ପ୍ରଥମ ଟ୍ରଫି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ