ଦେଶ ବିଦେଶ ମନୋରଞ୍ଜନ

ଆଗ୍ରାରେ ପହଞ୍ଚିଲେ ଅକ୍ଷୟ କୁମାର, ସାରା ଅଲି ଖାନ: ତାଜମହଲରେ ଚାଲିଛି ଫିଲ୍ମ ସୁଟିଂ

ଆଗ୍ରା ୨୧/୧୨ : କରୋନା ମହାମାରୀ ଯୋଗୁଁ ବହୁ ଦିନ ଧରି ଫିଲ୍ମ ସୁଟିଂ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମ ସୁଟିଂ ପୁଣି ଆରମ୍ଭ ହୋଇଛି। ତାଜନଗରୀ ଆଗ୍ରାରେ ବଲିଉଡ ଫିଲ୍ମ ସୁଟିଂ ଚାଲିଛି। ରବିବାର ସନ୍ଧ୍ୟାରେ ବଲିଉଡର ନାମୀ କଳାକାର ଅକ୍ଷୟ କୁମାର, ସାରା ଅଲି ଖାନ, ନାସିରୁଦ୍ଦିନ ଶାହ ଓ ଦକ୍ଷିଣ ଫିଲ୍ମ ଷ୍ଟାର ଧନୁଷ ଆଗ୍ରାରେ ପହଞ୍ଚିଥିଲେ। ସମସ୍ତେ ସୋମବାର ଦିନ ତାଜମହଲରେ ଫିଲ୍ମ ‘ଅତରଙ୍ଗୀ’ର ସୁଟିଂ କରିବେ।

ଆଗ୍ରା ପହଞ୍ଚିବା ପରେ ସାରା ଅଲି ଖାନ ରବିବାର ସନ୍ଧ୍ୟାରେ ତାଜମହଲ ପରିଦର୍ଶନ କରିବାକୁ ଇଛା ଜାହିର କରିଥିଲେ କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା। କାରଣ କରୋନା ମହାମାରୀ ଯୋଗୁଁ ତାଜମହଲ ପରିଦର୍ଶନ ପାଇଁ ପର୍ଯ୍ୟଟକ ସଂଖ୍ୟା ଉପରେ ପ୍ରତିବନ୍ଧକ ରହିଛି। ଗୋଟିଏ ଦିନରେ ୫ ହଜାରରୁ ଅଧିକ ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ ନାହିଁ। ସବୁ ଟିକେଟ୍ ବୁକ୍ ହୋଇସାରିଥିଲା।

କିନ୍ତୁ ସୋମବାର ଠାରୁ ଜିଲ୍ଲା ଅଧିକାରୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରି ୧୦ ହଜାର କରିଛନ୍ତି। ଅର୍ଥାତ ଆଜିଠାରୁ, ଡିସେମ୍ବର ୨୧ ତାରିଖ ସୋମବାର ଠାରୁ ଦୈନିକ ୧୦ ହଜାର ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିପାରିବେ।

ଫିଲ୍ମ ସୁଟିଂ ପାଇଁ ତାଜମହଲର ପ୍ରାୟ ସବୁ ଟିକେଟ୍ ବୁକ୍ କରାଯାଇଥିଲା ଯେପରି ସାଧାରଣ ଜନତା ବା ପର୍ଯ୍ୟଟକଙ୍କ ପାଇଁ ସୁଟିଂରେ କୌଣସି ବାଧା ନ ଉପୁଜେ ଏବଂ ସୁଟିଂ ସହଜରେ ହୋଇପାରିବ। ତେବେ କିଛି ଲୋକଙ୍କୁ ସୁଟିଂ ସୂଚନା ପୂର୍ବରୁ ହିଁ ମିଳିଯାଇଥିଲା। ସେଥିପାଇଁ ସେମାନେ ଟିକେଟ ବୁକ କରିଦେଇଥିଲେ ଯେପରି ତାଜମହଲ ସହ ବଲିଉଡ କଳାକାରଙ୍କ ସୁଟିଂ ମଧ୍ୟ ଦେଖିପାରିବେ।

ସୂଚନା ଅନୁଯାୟୀ, ସହରରେ ବର୍ତ୍ତମାନ ଅନେକ ଫିଲ୍ମର ସୁଟିଂ ଚାଲିଛି। ଫିଲ୍ମ ‘୧୪ ଫେରେ’ର ସୁଟିଂ ଚାଲିଛି। ରବିବାର ଦିନ ଏକ ନମ୍ବର ଜୋନରେ ଘୋଡା ହସ୍ପିଟାଲ ନିକଟରେ ଫିଲ୍ମର କିଛି ଦୃଶ୍ୟର ସୁଟିଂ ହୋଇଥିଲା। କରୋନା ମହାମାରୀ ଯୋଗୁଁ ମାନ୍ଦା ପଡ଼ିଯାଇଥିବା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଉତ୍ତର ପ୍ରଦେଶ ସରକାର ସହରରେ ଫିଲ୍ମ ସୁଟିଂ କରିବାକୁ ଅନୁମତି ଦେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ