ରାଜ୍ୟ

ଆଗ୍ରହ ବଢ଼ୁଛି: ୫ ବର୍ଷରେ ୨୫୫ ଅନ୍ତଃଜାତି ବିବାହ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅନ୍ତଃଜାତି ବିବାହ ପ୍ରତି ଆଗ୍ରହ ବଢ଼ୁଛି। ଜିଲ୍ଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୯, ୨୦୧୯-୨୦ରେ ୫୮, ୨୦୨୦-୨୧ରେ ୪୫, ୨୦୨୧-୨୨ରେ ୬୫ ଓ ୨୦୨୨-୨୩ରେ ୫୮ଟି ବିବାହ ପଞ୍ଜୀକୃତ ହୋଇଛି। ଏହି ଯୋଜନାରେ ମିଳୁଥିବା ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ନବଦମ୍ପତିଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି। ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୫୫ ଦମ୍ପତି ପଞ୍ଜୀକରଣ କରି ସାରିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି।

ଏହି ଯୋଜନାରେ ପ୍ରୋତ୍ସାହନ ରାଶି ପାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ସାଧାରଣ ବର୍ଗର ପୁଅ-ଝିଅ ସହିତ ଅନୁସୂଚିତ ଜାତିର ପୁଅ-ଝିଅଙ୍କ ବାହାଘର ହେଲେ, ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଏହା ସହିତ ବିବାହ ସରକାରୀ ଭାବେ ପଞ୍ଜୀକୃତ ହୋଇଥିବ। ପୂର୍ବରୁ ଅନ୍ତଃଜାତି ବିବାହ କଲେ କୁଳ ଲୋକେ ତାହାକୁ ସ୍ବୀକୃତି ପ୍ରଦାନ କରୁ ନଥିଲେ। ଜାତିଭେଦକୁ ନେଇ ଜିଲ୍ଲା‌ରେ ବିଭିନ୍ନ ସମୟରେ ନାନା କାଣ୍ଡ ଘଟିଛି। ଫଳରେ ଅନ୍ତଃଜାତି ବିବାହ ପ୍ରତି ଲୋକଙ୍କ ଆଗ୍ରହ ପ୍ରକାଶ ପାଉନଥିଲା। ଏହି ଯୋଜନା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ୨୦୧୭ରେ ପ୍ରୋତ୍ସାହନ ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ପର୍ଯ୍ୟାୟ କ୍ରମେ ସହାୟତା ରାଶି ବୃଦ୍ଧି ହୋଇ ଏବେ ଅଢ଼େଇ ଲକ୍ଷ ଟଙ୍କା ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।