ଖେଳ ଦେଶ ବିଦେଶ ରାଜ୍ୟ

ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ଆଗାମୀ ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଟୋକିଓ ଅଲିମ୍ପିକ୍ସ-୨୦୨୦ ଲୋକସେବା ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଓଡ଼ିଶା ୨୦୩୩ ଯାଏଁ ଭାରତୀୟ ପୁରୁଷ ଓ ହକି ଟିମ୍‌ର ପ୍ରାୟୋଜକ ରହିବ। ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଘୋଷଣା।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସ ଖେଳିଥିବା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌କୁ ରାଜ୍ୟ ସରକାର ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସରକାର ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି।

ପୁରସ୍କାର ଓ ସମ୍ମାନ
-ହକି ଇଣ୍ଡିଆ ସଭାପତିଙ୍କୁ ୫୦ ଲକ୍ଷ ଟଙ୍କା
-ସବିତା ପୁନିଆ ମୋଷ୍ଟ ଗୋଲ୍‌ ସେଭ୍‌ ଓମ୍ୟାନ୍‌ ଟିମ୍‌ ସମ୍ମାନରେ ସମ୍ମାନିତ
-ରାନୀ ରାମପାଲ୍‌ ଓ ନଭାନିତ କୌର୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ଦୀପଗ୍ରେସ୍‌ ଏକ୍କାଙ୍କୁ ଡିଫେଣ୍ଡ୍‌ ପାଇଁ ୫ ଲକ୍ଷ ଟଙ୍କା
-ମିଡ ଫିଲ୍‌ଡରେ ଭଲ ପ୍ରଦର୍ଶନ ପାଇଁ ପି ସୁଶୀଳା ଚାନୁଙ୍କୁ ୫ ଲକ୍ଷ ଟଙ୍କା
-ଗୁରଜିତ କୌର ଓ ବନ୍ଦନା କଟାରିଆଙ୍କୁ ସର୍ବାଧିକ ଗୋଲ୍‌ ସ୍କୋର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ

ପୁରୁଷ ହକି ଦଳ
-ଶ୍ରୀଜେଶ୍‌ଙ୍କୁ ସର୍ବାଧିକ ଗୋଲ୍‌ ସେଭ୍‌ ପାଇଁ ୫ ଲକ୍ଷ ଟଙ୍କା
-ପୁରୁଷ ହକି ଦଳର ସଭିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ମୋଷ୍ଟ୍‌ ଗୋଲ୍‌ ଏସିଷ୍ଟ୍‌ ପାଇଁ ସୂର୍ଯ୍ୟକାନ୍ତଙ୍କୁ ୫ ଲକ୍ଷ ଟଙ୍କା
-ରୁପିନ୍ଦର୍‌ ପାଲ ସିଂହଙ୍କୁ ଡିଫେନ୍‌ସ ପାଇଁ ୫ ଲକ୍ଷ ଟଙ୍କା
-ମିଡ ଫିଲ୍‌ଡ ପାଇଁ ହରମନ୍‌ପ୍ରୀତ୍‌ ସିଂ ଓ ଅମିତ୍‌ ରୋହୀଦାସଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ
-ସର୍ବାଧିକ ଗୋଲ୍‌ ପାଇଁ ହରମନ୍‌ପ୍ରୀତ୍‌ ସିଂହଙ୍କୁ ୫ ଲକ୍ଷ ଟଙ୍କା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ