ଦେଶ ବିଦେଶ ସ୍ୱାସ୍ଥ୍ୟ

ଆଗକୁ ନିର୍ବାଚନ,ବଢୁଛି ଓମିକ୍ରନ୍‌ କେସ୍‌ : ଆଜି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ-ନିର୍ବାଚନ କମିଶନରଙ୍କ ବୈଠକ

ନୂଆଦିଲ୍ଲୀ ୨୭।୧୨: ନିର୍ବାଚନ କମିଶନର ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ଘୁଞ୍ଚିବା ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ବୈଠକରେ ଆଲୋଚନା ହେବ ।

ଖବର ଅନୁଯାୟୀ, କରୋନାର ସ୍ଥିତିକୁ ଦେଖି ଭାରତୀୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢିଛି । ସ୍ଥିତି ସମୀକ୍ଷା ପାଇଁ ନିର୍ବାଚନ କମିଶନ ସୋମବାର ବୈଠକ ଡାକିଛନ୍ତି । ଏଥିରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟ ଉପସ୍ଥିତ ରହିବେ । ଏହି ୫ଟି ରାଜ୍ୟ ହେଲା ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର। କରୋନା ସ୍ଥିତିକୁ ଦେଖି ଏବେ ନିର୍ବାଚନ ନକରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ବାଚନ କମିଶନଙ୍କୁ ଅପିଲ କରିଥିଲେ ଆଲ୍ହାବାଦ ହାଇକୋର୍ଟ । ଏହା ପରେ ନିର୍ବାଚନ ଘୁଞ୍ଚିବା ନେଇ ଏକପ୍ରକାରର କଳ୍ପନାଜଳ୍ପନା ସୃଷ୍ଟି ହୋଇଛି।

ତେବେ ନିର୍ବାଚନ କମିଶନଙ୍କ ଅଧିକାରୀମାନେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ। ଏହାପରେ ନିର୍ବାଚନ ବାବଦରେ କି ନିଷ୍ପତ୍ତି ନିଆଯିବ ସେନେଇ ଏହି ବୈଠକ ଡାକିଛନ୍ତି। ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନା ସ୍ଥିତି ବାବଦରେ ନିର୍ବାଚନ କମିଶନଙ୍କ ଅବଗତ କରିବା ପରେ କମିଶନ କିଛି ସ୍ପଷ୍ଟ ନିଷ୍ପତ୍ତି ନେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ