ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଗକୁ ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଦୃଶ୍ୟ ଦେଖାଯାଉଛି: ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ- ୨୦୨୩ର ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ବି ସାମିଲ ହୋଇଛନ୍ତି। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଉତ୍ତରୀୟ ଦେଇ ଦୁହିଁଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ରଖିଥିଲେ।


ରାଜ୍ୟପାଳ ରଘୁବର ଦାସଙ୍କ ବାବଦରେ କହିବାକୁ ଯାଇ ତାଙ୍କ ଅତୀତର ଯାତ୍ରା ଆମ ପାଇଁ ପ୍ରେରଣାଦାୟକ ବୋଲି ସମ୍ବାଦର ସମ୍ପାଦକ ବଖାଣିଥିଲେ। କେମିତି ଜଣେ ଦିନ ମଜୁରୀଆରୁ ମୁଖ୍ୟମନ୍ତ୍ରୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ ତାହା କହିଥିଲେ ତନୟା ପଟ୍ଟନାୟକ।
ଏହି ଅବସରରେ ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ କଥା ମନେପକାଇଥିଲେ ସମ୍ବାଦର ସମ୍ପାଦକ। ଓଡ଼ିଶା ନିର୍ମାଣ କନକ୍ଲେଭର ଷଷ୍ଠ ସଂସ୍କରଣରେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ କହିଥିଲେ ମୋର ଗୋଟିଏ ସ୍ୱପ୍ନ ଅଛି ଯେ, ଓଡ଼ିଶାର ଛାତ୍ରଛାତ୍ରୀ, ଯୁବପୀଢି ଓଡ଼ିଶାକୁ ନେଇ କଣ ସ୍ୱପ୍ନ ଦେଖୁଛନ୍ତି। ସମ୍ବାଦ ପରିବାର ହିଁ ରାଜ୍ୟର କୋଣ ଅନୁକୋଣକୁ ଯାଇ ଛାତ୍ରଛାତ୍ରୀଙ୍କ ମତାମତ ଏ ବାବଦରେ ସଂଗ୍ରହ କରିପାରିବ। ଏଭଳି କହି ସମ୍ବାଦ ପରିବାର ଉପରେ ସେ ଆସ୍ଥା ପ୍ରକଟ କରିଥିଲେ। ଆମେ ସେହି ଆହ୍ୱାନକୁ ଗ୍ରହଣ କରିଥିଲୁ ଏବଂ ରାଜ୍ୟର ପ୍ରତି ବ୍ଲକରେ ଏକ ପରୀକ୍ଷା ମାଧ୍ୟମରେ ଓଡ଼ିଶାକୁ ନେଇ କଣ ସ୍ୱପ୍ନ ରହିଛି ସେ ବାବଦରେ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରିଥିଲୁ।
ତେବେ ଓଡ଼ିଶା ନିର୍ମାଣର ଦାୟିତ୍ୱ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ। ଓଡ଼ିଶା ନିର୍ମାଣର ଦାୟିତ୍ୱ ଆମ ସମସ୍ତଙ୍କର। ଓଡ଼ିଶାରେ ସବୁକିଛି ଅଛି। ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି। ଭୂଇଁ ତଳେ ସମ୍ପତ୍ତି, ଭୂଇଁ ଉପରେ ବି ସମ୍ପତ୍ତି । ତାହାଲେ ଆମେ ଯେଉଁ ସ୍ଥାନରେ ପହଞ୍ଚିବା କଥା କାହିଁକି ସେଠି ପହଞ୍ଚିନୁ ? କେଉଁଠି ଅଭାବ ରହିଛି । ଓଡ଼ିଶା ନିର୍ମାଣର ମଞ୍ଚ ଆଲୋଚନା, ସମାଲୋଚନା, ସମ୍ଭାବନାର ମଞ୍ଚ। କେଉଁଠି ପରିବର୍ତ୍ତନ ଦରକାର, ସମର୍ଥନ ଦରକାର ସେ ବିଷୟରେ ଆଲୋଚନା କରିବା ପାଇଁ ଓଡ଼ିଶା ନିର୍ମାଣ କନକ୍ଲେଭ ସୃଷ୍ଟି କରିଛି ବିରାଟ ପ୍ଲାଟଫର୍ମ।

ଏଣେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଉ ଏବେ ରାଜ୍ୟପାଳ ଥିଲେ ମଧ୍ୟ ମୁଁ ଜଗନ୍ନାଥଙ୍କ ଆଶୀର୍ବାଦ ନିଏ। ଆଗକୁ ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଦୃଶ୍ୟ ଦେଖାଯାଉଛି। ଉଦ୍ୟୋଗ ଅଧିକାର ଅଧିକ ଆସିବା ପାଇଁ ସରଳ ପ୍ରକ୍ରିୟା ହେବା ଆବଶ୍ୟକ। ରାଜ୍ୟର ବିକାଶ ପାଇଁ ନିବେଶ ଅତ୍ୟନ୍ତ ଆବଶ୍ୟକ। ସ୍ୱଚ୍ଛ ଶାସନ ନିବେଶ ପାଇଁ ଆକୃଷ୍ଟ କରେ। ବିଭିନ୍ନ କ୍ଷେତ୍ରରେ ଉନ୍ନତି ଯଥା କୃଷି ଓ ପଶୁପାଳନ ତଥା କ୍ଷେତ୍ର ନିର୍ମାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିକାଶ , ପର୍ଯ୍ୟଟନର ବିକାଶ , ଭିତ୍ତିଭୂମି ଆଦିର ବିକାଶ ହେବା ଆବଶ୍ୟକତା ରହିଛି। ଆଧୁନିକ ଜ୍ଞାନକୌଶଳର ବ୍ୟବହାର ହେବା ଆବଶ୍ୟକ। ଯେଉଁଥିରେ କମ୍ ଖର୍ଚ୍ଚରେ ଅଧିକ ଲାଭ ବଢିବ। ମହିଳା ଶକ୍ତିର ଜାଗରଣ କରିବା ସହ ଯୁବ ଶକ୍ତିର ବିକାଶ, ଗ୍ରାମାଞ୍ଚଳର ବିକାଶ ଆଦିର ଆବଶ୍ୟକତା ରହିଛି। ଏଥିପାଇଁ ଶିକ୍ଷା , ସ୍ଵାସ୍ଥ୍ୟ ଆଉ ରୋଜଗାର କ୍ଷେତ୍ରରେ ଆହୁରି ଅଧିକ ଉନ୍ନତି ହେବା ଦରକାର। ରାଜ୍ୟରେ ଆହୁରି ଅଧିକ ବିଶ୍ଵବିଦ୍ୟାଳୟ ଗଢ଼ାହେବା ଆବଶ୍ୟକ। ଓଡ଼ିଶାକୁ ନିର୍ମାଣ କରିବା ଆମର ପ୍ରଥମ ପ୍ରାଥମିକତା। ମୋତେ ଲାଗୁଛି ଓଡ଼ିଶା ନିର୍ମାଣ କନକ୍ଲେଭ୍ ର ଏହା ହେଉଛି ମୁଖ୍ୟ ଲକ୍ଷ୍ୟ।

ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିଜର ଅଭିଭାଷଣରେ କହିଛନ୍ତି, କେଉଁ କାଳରୁ ଆମେ ନୌବାଣିଜ୍ୟ କରୁଥିଲେ। ଆଜି ଏହାର ଏକ ଉଦାହରଣ ହେଉଛି ଆମର ବାଲିଯାତ୍ରା । ଆମର ପ୍ରତିଟି ରକ୍ତକଣିକାରେ ବ୍ୟବସାୟ ରହିଛି। ତେବେ ଆମ ଲୋକ ଆଜି କାହିଁକି ଚାକିରି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ପ୍ରତ୍ୟେକ ଲୋକର ଶିକ୍ଷା , ସ୍ଵାସ୍ଥ୍ୟ ଆଉ ଆର୍ଥିକ ବୃଦ୍ଧି ହେଲେ ପ୍ରକୃତ ଓଡ଼ିଶା ନିର୍ମାଣ ହେବ। ବ୍ୟକ୍ତିତ୍ଵର ବିକାଶ ସହ ଆର୍ଥିକ ଅଭିବୃଦ୍ଧି ଓଡ଼ିଶାର ନିର୍ମାଣ କରିବ। ନିଯୁକ୍ତି ସହ ଆତ୍ମ ନିଯୁକ୍ତିର ମଧ୍ୟ ଆଜିର ସମୟରେ ବହୁତ ଆବଶ୍ୟକତା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।