ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଖି ବୁଜିବା ପୂର୍ବରୁ ବଞ୍ଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ | ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା | ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା | ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର ବୋଲି ଜଣାପଡିଛି।

ସୂଚନା ମୁତାବକ ହାଓଡାରୁ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ନସ୍କର ଟ୍ରାଭେଲ୍ସର ଏକ ବସ ଆସିଥିଲା।ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠକୁ ଆସୁଥିବା ସମୟରେ ପାଟପୁର ଛକ ନିକଟରେ ହଠାତ ବସ ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।