ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପ୍ରସ୍ତୁତି : ରାତି ୧ଟାରେ ସୁନାବେଶ, ଭୋର ୪ଟା ୩୦ରେ ଉଠିବ ମହାଦୀପ

ଚାନ୍ଦବାଲି ୨୮।୦୨: ଆସୁଛି ଜାଗର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ସମୟରେ ପହଞ୍ଚିଛି ।

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ। ଭୋର ୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣଲାଗି । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି। ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ।

ସେହିପରି ରାତି ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ ଉପଚାର ପୂଜା। ରାତି ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ଏହିସମୟରେ ସର୍ବସାଧାରଣ ଦର୍ଶନ ମନା ରହିଛି ।

ଶେଷରେ ରାତି ୨ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରାତି ୩ଟା ୧୫ମି. ମହାଦୀପ ଷୋଡଶ ଉପଚାରରେ ପୂଜାରେ ପ୍ରତିଷ୍ଠା, ଅଗ୍ନି ସଂଯୋଗ ଏବଂ ଯଜ୍ଞ ହେବ। ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର ୪ଟା ୩୦ମି ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ