କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଏସ୍‌ଓପି ଜାରି, ୨୮ରୁ ୨ ଦିନ ସେବାୟତ ଓ ୩୦ ଓ ୩୧ରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦର୍ଶନ ଜାନୁଆରି ୩ରେ ସର୍ବସାଧାରଣ କରିବେ ବାବାଙ୍କୁ ଦର୍ଶନ

ଆରଡି: ମହାମାରୀ କରୋନା ପାଇଁ ଦୀର୍ଘ ୯ମାସରୁ ଉର୍ଦ୍ଧ୍ୱ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଥିବାରୁ ଅଗଣିତ ଶ୍ରଦ୍ଧାଳୁଭକ୍ତ ବାବାଙ୍କ ଦର୍ଶନରୁ ବଞ୍ଚିତ ଥିଲେ। ଭକ୍ତଙ୍କ ଦର୍ଶନ ଓ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି ହେବା ପରେ ଆସନ୍ତା ଜାନୁଆରି ୩ରୁ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୋହର ବାଜିବା ପରେ ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ପରାମର୍ଶ ଅନୁଯାୟୀ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯାଳୟ ପରିସରରେ ସେବାୟତଙ୍କ ସହ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ କୋଭିଡ କଟକଣା ମଧ୍ୟରେ କିପରି ମନ୍ଦିର ଖୋଲାଯିବ ସେ ବାବଦରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ।

ସର୍ବପ୍ରଥମେ ସେବାୟତ ପରିବାରଙ୍କ ଦର୍ଶନ ପାଇଁ ଆସନ୍ତା ୨୮ଓ ୨୯ରେ ମନ୍ଦିର ଖୋଲିବା ସହ ସ୍ଥାନୀୟ ୪ଟି ପଞ୍ଚାୟତ ଓଳଗ, ଆରଡି, ସୁନନ୍ଦରପୁର, ନାନ୍ଦପୁର ଅଞ୍ଚଳର ଲୋକଙ୍କ ଦର୍ଶନ ପାଇଁ ୩୦ ଓ ୩୧ରେ ଖୋଲିବ ମନ୍ଦିର। ହେଲେ ଏହି ଲୋକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ରହିବ ବୋଲି ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଟ୍ରଷ୍ଟି ଶ୍ରୀ ସାମଲ କହିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,