ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆକ୍ସନମୋଡ଼ରେ ପୋଲିସ, ଅପରାଧ ରୋକିବାକୁ ସହର ସାରା ଲାଗିଲା ସିସିଟିଭି

ସାନଖେମୁଣ୍ଡି ୨୬।୦୯ : ପାର୍ବଣ ଋତୁ ଆସିଲେ ଗାଁଠୁ ସହର ହୋଇପଡ଼େ ଚଳଚଞ୍ଚଳ। ଉତ୍ସବ ମୁଖର ହୋଇପଡ଼େ ପରିବେଶ। ଆଉ ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠନ୍ତି ଅପରାଧୀ। ତେବେ ଏହି ଅପରାଧୀଙ୍କୁ ଚେକ୍ ଦେବା ପାଇଁ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ଗଳିକନ୍ଦିରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସହରର ପ୍ରମୁଖ ଜନଗହଳି ସ୍ଥାନ ଗୁଡ଼ିକରେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି।

ତେବେ ଗତ କିଛି ମାସ ଧରି ସହର ତଥା ସହରକୁ ଲାଗି ରହିଥିବା ଆଖପାଖ ଗ୍ରମାଞ୍ଚଳରେ ଚୋରି ଡକାୟତ ଆଦି ଘଟଣା ବଢିଚାଲିଥିଲା । ଯାହାକୁ ନେଇ ସହରବାସୀଙ୍କ ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଜରିଆରେ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେସବୁକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ଏନଏସି ପ୍ରଶାସନ ତପ୍ତରତା ପ୍ରକାଶ କରି ସହରବାସୀଙ୍କ ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରିଛନ୍ତି। ଯାହାକି ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

ସେହିପରି ଦିଗପହଣ୍ଡି ସହରର ମୁଖ୍ୟ ପ୍ରବେଶ ଦ୍ୱାର ଥାନା ଛକ ତଥା ଏନଏସି ଗେଟ୍ ସମ୍ମୁଖରେ ବୁଲେଟ୍ ପ୍ରୁଫ୍ ଶକ୍ତିଶାଳୀ ସମ୍ପନ୍ନ କ୍ୟାମେରା ଖଞ୍ଜାଯାଇଛି । ସହରର ଅସ୍ଥାୟୀ ବସଷ୍ଟାଣ୍ଡ ଜନତା ଲେନ୍ ଛକ ଏବଂ ନୂଆ ବସଷ୍ଟାଣ୍ଡରେ ମଧ୍ୟ ସିସିଟିଭି ଖଞ୍ଜାଯାଇଥିବା ବେଳେ ନୂଆ ବସଷ୍ଟାଣ୍ଡ ସ୍ଥିତ ପୋଲିସ ବିଟ୍ ହାଉସରେ ସର୍ଭିଲାନ୍ସ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ ହୋଇଛି । ଶନିବାର ସନ୍ଧ୍ୟାରେ ସିସିଟିଭି ଇନଷ୍ଟଲେସନ୍ ହୋଇଥିବା ବେଳେ ଆସନ୍ତା ଦିନରେ ସହରର ଅନ୍ୟ ପ୍ରମୁଖ ଜନଗହଳି ସ୍ଥାନମାନଙ୍କରେ ସିସିଟିଭି ଲାଗିବ ବୋଲି ଜଣାଯାଇଛି । ସହରରେ ପୂର୍ବରୁ କେବଳ ବ୍ୟାଙ୍କ ଏବଂ କିଛି ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟିକ ଅନୁଷ୍ଠାନ ଗୁଡିକରେ ସିସିଟିଭି ନିଜସ୍ୱ ଉଦ୍ୟମରେ ଲଗାଇଥିବା ବେଳେ ସାଧାରଣ ଅପରାଧଟିଏ ଘଟିଲେ ପୋଲିସ ପ୍ରମାଣ ଖୋଜି ନୟାନ୍ତ ହେଉଥିଲା ।

ଏବେ ସହରରେ ସିସିଟିଭି ଲାଗିବା ଦ୍ଵାରା ସେହି ସମସ୍ୟା ଦୂର ହେବା ସହ ସହରବାସୀଙ୍କୁ ସୁରକ୍ଷା ଆହୁରି ବଢିଯାଇଛି। ବିଶେଷ କରି ଅପରାଧୀମାନଙ୍କ ଗତିବିଧିକୁ ନିରୀକ୍ଷଣ କରିବା ସହିତ ଅପରାଧକୁ ରୋକିବାରେ ଏହି ସିସିଟିଭି ସର୍ଭିଲାନ୍ସ ଏକ ନିର୍ଣ୍ଣାୟଙ୍କ ଭୂମିକା ଗ୍ରହଣ କରିବା ହେବ ବୋଲି ନଗରପାଳ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।