ଅଜମେର ୧୧/୦୩ : ଆଜି ମହାଶିବରାତ୍ରି। ଶିବରାତ୍ରି ଦିନ ପୁଷ୍କର ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରରେ ବିଶେଷ ମେଳା ଆୟୋଜନ ହୋଇଥାଏ। ୩ ଦିନ ଯାଏଁ ଏହି ମେଳା ହୋଇଥାଏ। ଏହି ମନ୍ଦିରରେ ପାଣ୍ଡବ ବାସ କରିଥିଲେ ବୋଲି କୁହାଯାଏ। ମନ୍ଦିରରେ ଏକ ଖାସ କୁଣ୍ଡ ରହିଛି ଯାହାର ପାଣି କେବେ ଶେଷ ହୁଏନି। ଏହି କୁଣ୍ଡରେ ୩୬୫ ଦିନ ୨୪ ଘଣ୍ଟା ଧରି ଜଳ ପ୍ରବାହ ହୋଇଥାଏ।
ନୀଳକଣ୍ଠ ମହାଦେବ ମନ୍ଦିର ଅଜମେର ଜିଲ୍ଲା ପୁଷ୍କରରେ ଅବସ୍ଥିତ। ଏହା ଅଜମେରରୁ ପାଖାପାଖି ୧୦ କିଲୋମିଟର ଦୂର। ପ୍ରକୃତି ମଧ୍ୟରେ ସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିରକୁ ପ୍ରତିବର୍ଷ ଶିବରାତ୍ରି ଅବସରରେ ଅନେକ ସଂଖ୍ୟକ ଶ୍ରଦ୍ଧାଳୁ ମନୋସ୍କାମନା ପୂରଣ ଉଦ୍ଦେଶ୍ୟରେ ଆସିଥାନ୍ତି। ମନ୍ଦିରରେ ମହନ୍ତ ଅଛନ୍ତି ଗଙ୍ଗା ଗିରି ଯିଏ ମହାନିର୍ବାଣି ଜୁନା ଆଖଡ଼ାର ମହନ୍ତ ମହନ୍ତ ଗଙ୍ଗା ଗିରି କୁହନ୍ତି ଯେ ପୁଷ୍କର ନୀଳକଣ୍ଠ ମହାଦେବ ମନ୍ଦିରର ଅନେକ ଆସ୍ଥା ଓ ବିଶ୍ୱାସ ରହିଛି।
ପ୍ରତିବର୍ଷ ଶିବରାତ୍ରିରେ ଏଠାରେ ମେଳା ଆୟୋଜନ ହୋଇଥାଏ। ଏଥର କରୋନା ମହାମାରୀ ଯୋଗୁଁ ମନ୍ଦିରରେ ବିଶେଷ ବ୍ୟବସ୍ଥା କରାଯାଇଛି। କୋଭିଡ୍ ନିୟମ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ମହନ୍ତ ଗଙ୍ଗା ଗିରି କୁହନ୍ତି ଯେ ମନ୍ଦିର ଆକାଶ ମାର୍ଗରୁ ଓହ୍ଳାଯାଇଛି। ଶିବରାତ୍ରି ଦିନ ଏଠାରେ ଭଜନ ସନ୍ଧ୍ୟା ଆୟୋଜନ ହୋଇଥାଏ। ଶିବରାତ୍ରି ଦିନ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସନ୍ତି।
ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ଯେ ଏଠାରେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ବିଶେଷକରି ଶିବରାତ୍ରିରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁ ମନ୍ଦିରରେ ବିଶେଷ ମନ୍ତ୍ର ଉଚ୍ଚାରଣ କରନ୍ତି। ଶିବରାତ୍ରି ଦିନ ଏଠାରେ ମହାଦେବଙ୍କ ପାଇଁ ବିଶେଷ ପ୍ରସାଦ ମଧ୍ୟ ହୋଇଥାଏ। ମନ୍ଦିର ପରିସରରେ ମାତା ଅନ୍ନପୂର୍ଣ୍ଣା ଓ ଭୀମା ମାତାଙ୍କ ମନ୍ଦିର ମଧ୍ୟ ରହିଛି।

