ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୪ ଗେଟ୍‌ ଖୋଲିଲା: ୧୨ ଗେଟ୍‌ରେ ହୀରାକୁଦରୁ ଜଳ ନିଷ୍କାସନ

ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରର ଆହୁରି ୪ଟି ଗେଟ୍ ଖୋଲାଯାଇଛି। ଗତକାଲି ୮ଟି ଗେଟ୍‌ ଖୋଲାଯାଇଥିବା ‌ବେଳେ ଆଜି ମଧ୍ୟାହ୍ନ ୧୨ଟାରୁ ୧୨ଟି ଗେଟ୍‌ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି। ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୪୬ ଫୁଟ୍‌ରେ ପହଞ୍ଚିଛି। ଜଳଭଣ୍ଡ‌ାରର ବାମ ପାର୍ଶ୍ବର ୮ଟି ଏବଂ ଡାହାଣ ପାର୍ଶ୍ବର ୪ଟି ଗେଟ୍ ‌ଦେଇ ୧୮୧,୯୨୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୫,୯୮୯ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୩୭୩ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାମାନଙ୍କୁ ଦିଆଯାଉଛି। ଜଳଭଣ୍ଡ‌ାରକୁ ୧,୦୧,୧୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨, ୨୧,୫୫୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।