ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ଯିବାକୁ ପଡ଼ିବ ନାହିଁ ରାଜ୍ୟ ବାହାରକୁ, ଏଫ୍‌ଏସ୍‌ଏଲରେ ହୋଇ ପାରିବ ଲେୟାରଡ ଭଏସ୍ ଟେଷ୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଏଣିକି ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ଓଡ଼ିଶା ପୁଲିସକୁ। ରାଜ୍ୟ ଫରେନସିକ୍ ସାଇନ୍ସ ଲାବରୋଟାରି( ଏଫ୍‌ଏସ୍‌ଏଲ)ରେ ହୋଇ ପାରିବ ଲେୟାରଡ ଭଏସ୍ ଟେଷ୍ଟ। ଏହା ଇସ୍ରାଏଲ ଟେକ୍ନୋଲୋଜି। ଏ ନେଇ ସୂଚନା‌ ଦେଇଛନ୍ତି ଜଣେ ଏସଏଫଏସଏଏର ଜଣେ ବରିଷ୍ଠ ପୁଲିସ ଅଧିକାରୀ। କିଛି ଦିନ ତଳେ ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସର ଏଲ୍‌ଭିଏ ଟେଷ୍ଟ ପାଇଁ ଦିଲ୍ଲୀ ସେଣ୍ଟ୍ରାଲ ଫରେନସିକ୍ ଲାବରୋଟାରିରୁ ଏକ ଟିମ୍ ଆସିଥିଲେ ଝାରସୁଗୁଡ଼ା।

ମିଳିଥିବା ସୂଚନା ଆଧାରରେ ଲେୟାଡ ଭଏସ‌୍‌ ଟେଷ୍ଟ ହେଉଛି ଅବିକଳ ପଲିଗ୍ରାଫ୍ ଟେଷ୍ଟ ଭଳି। ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତର ଶରୀରର ବିଭିନ୍ନ ସ୍ଥାନରେ କଡ଼ ଓ ସେନସର ସହିତ ମେସିନ୍ ସହିତ ସଂଯୋଗ ହେଉଛି ଏଥିରେ କିନ୍ତୁ ସେ ଭଳି ହେବ ନାହିଁ। ଜଣେ ଅଭିଯୁକ୍ତକୁ ପଚରା ଉଚରା କରିବାବେଳେ ତାର ସମ୍ମୁଖରେ ଏକ ଲାପଟପ୍ ରଖାଯିବ। ଅଭିଯୁକ୍ତ ଏହି ସମୟରେ ଯାହା ଉତ୍ତର ଦେବ ସେ ଅନୁଯାୟୀ ତାର ଗ୍ରାଫ୍ ଦେଖାଇବ। ତାର ମାନସିକ ସ୍ଥିତି, ଚିନ୍ତା, ଭାବ ପ୍ରବଣ, ରକ୍ତଚାପ, ହୃଦସ୍ପନ୍ଦନ, ନିଶ୍ବାସ ପ୍ରଶ୍ବାସ, ଚମଡ଼ାର ବ୍ୟବହାର ଆଦି ଜଣା ପଡ଼ି ଯିବ। ଅଭିଯୁକ୍ତ ମିଛ କହୁଥିଲେ, ଧରା ପଡ଼ି ଯିବ। ଏଭଳି ଟେକ୍ନେ‌‌ାଲୋଜି ଆସିବା ପରେ ଏବେ ରାଜ୍ୟରେ ବିଭିନ୍ନ ଅପରାଧର ତଦନ୍ତ ପ୍ରକ୍ରିୟା ସହଜ ହୋଇ ପାରିବ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।
ଏହି ସଫ୍ଟ‌ୱାର ଇସ୍ରାଏଲ‌ର ହୋଇ ଥିବାରୁ ଏହା ବୈଷିୟିକ କ୍ଷେତ୍ରରେ ଶକ୍ତଶାଳୀ ଅଟେ। ରାଜ୍ୟ ଏସ୍‌ଏଫ୍‌ଏଲ୍‌ର ଉକ୍ତ ଅଧିକାରୀ ଜଣକ କହିଛନ୍ତି, ଆମ କର୍ମଚାରୀମାନଙ୍କୁ ଠିକ୍‌ ଭାବେ ତାଲିମ ଦିଆଯିବ ପରେ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିବ। ଏଠାରେ ପ୍ରକାଶଥାଉକି ପୂର୍ବରୁ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଓ ନୟାଗଡ଼ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତର ମଧ୍ୟ ଏଲ୍‌ଭିଏ ଟେଷ୍ଟ କରାଇଥିଲା କ୍ରାଇମବ୍ରାଞ୍ଚ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।