ମନୋରଞ୍ଜନ

ଆଉ ନାହାନ୍ତି ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା

ଭୁବନେଶ୍ୱର: ପାଲା ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ, ଭାଗବତ ଭୂଷଣ, ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କର ପରଲୋକ ହୋଇଯାଇଛି । ଗୁରୁବାର ରାତିରେ ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଝିଅ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୭୫ ବର୍ଷୀୟ ପଣ୍ଡା କିଛିଦିନ ଧରି ରୋଗରେ ପୀଡ଼ିତ ଥିଲେ । କୋଭିଡ୍ କଟକଣା ମଧ୍ୟରେ ତାଙ୍କର ପୈତୃକ ଗାଁ ପୁରୀ ଜିଲ୍ଲା ପିପିଲି ନିକଟବର୍ତ୍ତୀ ସୁରଙ୍ଗପଲ୍ଲୀରେ ଅନ୍ତିମ ସଂସ୍କାର ହେବ । ବଳଭଦ୍ର ପଣ୍ଡାଙ୍କ ବିୟୋଗରେ ପାଲା ଜଗତ ସ୍ତବ୍ଧ ହୋଇଯାଇଛି । ରାଜ୍ୟର ସମସ୍ତ ପାଲା କଳାକାର ଓ ପାଲାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ ପକ୍ଷରୁ ଅମର ଆତ୍ମାର ବ୍ରଜଧାମପ୍ରାପ୍ତି କାମନା କରିଛନ୍ତି ଅନୁଷ୍ଠାନର ସଭାପତି ମଦନମୋହନ ଜେନା ।
ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ଉପାଧ୍ୟକ୍ଷ ଥିବା ବଳଭଦ୍ର ପଣ୍ଡାଙ୍କ ବିୟୋଗରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମର୍ମାହତ । ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତ, କାର୍ଯ୍ୟକାରୀ କମିଟି ସଭାପତି ସନ୍ଦୀପ ମିଶ୍ରଙ୍କ ସହିତ ବରିଷ୍ଠ ଗାୟକ ପ୍ରହଲ୍ଲାଦ ସାହୁ, ସୁରେନ୍ଦ୍ରନାଥ ଛୋଟରାୟ, ଚକ୍ରଧର ବାରିକ ପ୍ରମୁଖ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।
ଏକବିଂଶ ଶତାବ୍ଦୀରେ ପାଲା ଜଗତରେ ଯେଉଁ କେତେଜଣ ଗାୟକ ବିପ୍ଳବ ଆଣିଛନ୍ତି, ନୂଆ ଧାରା ସୃଷ୍ଟି କରିଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ଭାଗବତ ଭୂଷଣ ବଳଭଦ୍ର ପଣ୍ଡା । ବିଶେଷ କରି ପାଲାରେ ଆଧ୍ୟାତ୍ମିକ ଚିନ୍ତନ, ସାମାଜିକବାର୍ତ୍ତା, ସମାଜ ଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସଚେତନତା ଆଦି ସେ ପ୍ରବେଶ କରାଇଥିଲେ । ସବୁଠାରୁ ବଡକଥା ହେଉଛି ପାଲାରେ ଭାଗବତକୁ ବ୍ୟାପକ ଭାବେ ପ୍ରଥମେ ବଳଭଦ୍ର ପଣ୍ଡା ହିଁ ପ୍ରବେଶ କରାଇଥିଲେ । ପାଲାକୁ ସାଧାରଣ ଲୋକଙ୍କଠାରୁ ଆଣି ବୁଦ୍ଧିଜୀବୀଙ୍କ ପାଖରେ ପହଂଚାଇବାରେ ମଧ୍ୟ ପଣ୍ଡା ମହୋଦୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ