ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଉ ନାହାଁନ୍ତି ରାଇନାଙ୍କ କୋଚ୍‌ ସତପାଲ : ଭାବବିହ୍ୱଳ ପୋଷ୍ଟ ସେୟାର କଲେ ଷ୍ଟାର୍ କ୍ରିକେଟର

ନୂଆଦିଲ୍ଲୀ, ୨୨|୦୮: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିଲାଦିନର କୋଚ୍ ସତପାଲ କୃଷ୍ଣନଙ୍କ ପରଲୋକ । ରାଇନା ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସତପାଲ ଜଳନ୍ଧରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ପାଇଁ ରାଇନା ଯଥା ସମ୍ଭବ ସାହାଯ୍ୟ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା ।

ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି ଯେ, ସତପାଲଙ୍କ ଦେହାନ୍ତ ଖବର ଶୁଣି ଖୁବ ବ୍ୟଥିତ ଲାଗୁଛି । ସମସ୍ତ ଉପଲବ୍ଧି ଓ କଡା ପରିଶ୍ରମ ପଛରେ ତାଙ୍କର ହାତ ଥିଲା । ସେ ତାଙ୍କୁ ଯାହା ଶିଖାଇଛନ୍ତି ତାହା କେବେ ଭୁଲି ପାରିବେ ନାହିଁ । ମନରେ ଓ ପ୍ରାର୍ଥନାରେ ସତପାଲ ସବୁଦିନ ପାଇଁ ରହିବେ । ତାଙ୍କର ପରିବାର ଓ ପ୍ରିୟଜନଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ରାଇନା ।

ସତପାଲଙ୍କ ଚିକିତ୍ସା ପାଇଁ ରାଇନା ଖୁବ୍ ଉଦ୍ୟମ କରିଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ । ସତପାଲଙ୍କ ବାବଦରେ ରାଇନା ନିଜର ଆତ୍ମଜୀବନୀ ବିଲିଭରେ ଉଲ୍ଲେଖ କରିଥିଲେ । କ୍ରିକେଟକୁ ବୁଝିବା ପାଇଁ ସତପାଲ ତାଙ୍କୁ ଖୁବ୍ ସାହାଯ୍ୟ କରିଥିଲେ ବୋଲି ସେ ଲେଖିଥିଲେ ।

ସୂଚନାଯୋଗ୍ୟ, ରାଇନା ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ବାଏବାଏ କରିଥିଲେ । ସେ ୧୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ଗୋଟିଏ ଶତକ ସହ ୭୬୮ ରନ୍ କରିଥିଲେ । ସେହିପରି ୨୨୬ ଦିନିକିଆରେ ସେ ୫୬୧୫ ରନ୍ କରିବା ସହ ୭୮ଟି୨୦ରେ ୧୬୦୪ ରନ୍ ହାସଲ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ