ଅପରାଧ ରାଜ୍ୟ

ଆଉ ଜଣେ ରୁଷ୍‌ ନାଗରିକଙ୍କ ମୃତ୍ୟୁ, ୧୨ ଘଣ୍ଟା ହେଲା ଜାହାଜରେ ମୃତଦେହ

ଜଗତସିଂହପୁର: ପାରାଦୀପ ବନ୍ଦରକୁ ପଣ୍ୟ କାରବାର ପାଇଁ ଆସିଥିବା ଜାହାଜରେ କାର୍ଯ୍ୟରତ ଜଣେ ରୁଷ୍‌ ନାଗରିକ (ମୁଖ୍ୟଯନ୍ତ୍ରୀ)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ମିଲ୍ ୟାକୁବ୍ ସର୍ଜଇ। ସେ ରୁଷ୍‌ ଦେଶର ନାଗରିକ ହୋଇଥିବାରୁ ତାଙ୍କ ଦେଶର ରାଷ୍ଟ୍ରଦୂତଙ୍କୁ ଏ ନେଇ ଯୋଗାଯୋଗ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସିପ୍ରକାର ନିର୍ଦ୍ଦେଶନାମା ଆସି ନଥିବାରୁ ମିଲ୍‌ଙ୍କ ମୃତଦେହ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ହେଲା ସେମିତି ଜାହାଜ ଭିତରେ ପଡ଼ିରହିଛି। ଏମିତିକି ମିଲ୍‌ଙ୍କ ମୃତ୍ୟୁକୁ ନେଇ ଏ ପର୍ଯ୍ୟନ୍ତ ଥାନାରେ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ସେପଟେ ପୁଲିସ ନିର୍ଦ୍ଦେଶକୁ ଅପେକ୍ଷା କରି ବସିଥିବା ବେଳେ ଯେତିକି ସମୟ ଗଡ଼ୁଛି, ଏହି ରୁଷ୍‌ ନାଗରିକଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି।

ବାଂଲାଦେଶ ଚିଟ୍ଟାଗଙ୍ଗରୁ ଅଲଦାନା ଭେସେଲ ନାମକ ଏହି ଜାହାଜ ପାରାଦୀପ ବନ୍ଦର ଆସିଥିଲା। ଏଠାରୁ ଲୁହାପଥର ନେଇ ମୁମ୍ବାଇ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ଜାହାଜଟି ଆଙ୍କରେଜ୍‌ରେ ରହିଥିବା ବେଳେ ଆଜି ସକାଳୁ ବନ୍ଦରର ବର୍ଥ‌ରେ ଲାଗିବାର ଯୋଜନା ଥିଲା। ଏହି ଜାହାଜରେ ୨୩ ଜଣ କର୍ମଚାରୀ ରହିଥିଲେ। ଆଜି ସକାଳୁ ବର୍ଥରେ ପହଞ୍ଚିବାକୁ ଉଦ୍ୟମ କରାଯାଉଥିବା ବେଳେ ଜାହାଜର ଏଜେଣ୍ଟ୍‌ କମ୍ପାନି ପାରାଦୀପ ବନ୍ଦର ପ୍ରଶାସନକୁ ଯୋଗାଯୋଗ କରି ମିଲ୍ ଅସୁସ୍ଥ ଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏକ ଡାକ୍ତରୀ ଟିମ୍ ତୁରନ୍ତ ଜାହାଜରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ମିଲ୍ ମୃତ ବୋଲି ଘୋଷଣା କରିଥିଲେ।

ଏହାପରେ ତୁରନ୍ତ ଜାହାଜର ଏଜେଣ୍ଟ କମ୍ପାନି ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଏହି ମୃତ୍ୟୁ ପାଇଁ ଜାହାଜ ଆଜି ବି ବର୍ଥରେ ପହଞ୍ଚିବ ନାହିଁ ବୋଲି ଜଣାଇଥି‌ଲେ। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ। ରାୟଗଡ଼ାରେ ଦୁଇ ଜଣ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ବିବାଦ ଲାଗି ରହିଥିବା ବେଳେ ଜାହାଜ ଭିତରେ ରୁଷୀୟ ଇଞ୍ଜିନିୟରଙ୍କ ମୃତ୍ୟୁ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି।
ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ। ଡିଜି କହିଛନ୍ତି ଯେ ଘଟଣା ନେଇ ତାଙ୍କ ପାଖରେ ଖବର ଅଛି। ସ୍ଥାନୀୟ ଥାନା ପୁଲିସ ତଦନ୍ତ କରୁଛି। ଆବଶ୍ୟକ ହେଲେ ରାୟଗଡ଼ା ଭଳି ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇ ପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।