ଦେଶ ବିଦେଶ ମନୋରଞ୍ଜନ

ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଝୁଲନ୍ତା ମୃତଦେହ

ମୁମ୍ବାଇ୨୭।୦୫: ବଙ୍ଗୀୟ ସିନେ ଇଣ୍ଡଷ୍ଟ୍ରିରୁ ଲଗାତାର ଭାବରେ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଖବର ସାମ୍ନାକୁ ଆସୁଛି। ପୁଣି ଜଣେ ମଡେଲ ତଥା ଅଭିନେତ୍ରୀ ଆଜି ଆତ୍ମହତ୍ୟା କରିଛନ୍ତି। ମଞ୍ଜୁଷା ନିୟୋଗୀଙ୍କ ମୃତଦେହ ଆଜି ତାଙ୍କ ପାଟୁଲିଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ପୁଣି ଥରେ ସମସ୍ତଙ୍କୁ ଚକିତ କରିଛି। କାରଣ ଦୁଇ ଦିନ ପୂର୍ବରୁ ବିଦିଶାଙ୍କ ମୃତ୍ୟୁ ଏବେ ମଞ୍ଜୁଷା । ଏହି ଘଟଣାକୁ ନେଇ ପୋଲିସ୍‌ ସନ୍ଦେହ କରୁଛି କି ମଞ୍ଜୁଷା ଏବଂ ବିଦିଶାଙ୍କ ମୃତ୍ୟୁ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ଅଛି। ଏନେଇ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତ ୧୫ ଦିନ ମଧ୍ୟରେ କୋଲକାତାରେ ତିନିଜଣ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି। କହିବାକୁ ଗଲେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ପଲ୍ଲବୀ ଦେ ମୃତ୍ୟୁ ହୋଇଥିଲା । ପଲ୍ଲବୀଙ୍କ ପରିବାର ଏହାକୁ ହତ୍ୟା ଅଭିଯୋଗ ଆଣିଥିଲେ ଏବଂ ପଲ୍ଲବୀଙ୍କ ସହ ଲାଇଭ-ଇନ୍‌ରେ ରହୁଥିବା ପ୍ରେମିକକୁ ପୋଲିସ ଗିରଫ କରିଥିଲା।

ପୁଣି ଦୁଇ ଦିନ ପୂର୍ବରୁ ଆଉ ଜଣେ ତଥା ଅଭିନେତ୍ରୀ ବିଦିଶା ମଜୁମଦାର ଆତ୍ମହତ୍ୟା କରିଥିଲେ । ତାଙ୍କ ଠାରୁ ଏକ ସୁଇସାଇଡ୍‌ ନୋଟ ମଧ୍ୟ ମିଳିଥିଲା । ଯେଉଁଥିରେ ଲେଖା ହୋଇଥିଲା କି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ମୃତ୍ୟୁର ମାମଲା ପଞ୍ଜିକରଣ କରି ପୋଲିସ ତାହାର ମଧ୍ୟ ତଦନ୍ତ ଆରମ୍ଭ କରିଛି। ବିଦିଶାଙ୍କ ଘନିଷ୍ଠ ସାଙ୍ଗମାନେ କହିଛନ୍ତି ଯେ ତାଙ୍କ ପ୍ରେମିକ କାରଣରୁ ଅଭିନେତ୍ରୀ ଡିପ୍ରେସନ୍‌ରେ ଥିଲେ। ଏଥିପାଇଁ ବୋଧ ହୁଏ ଆତ୍ମହତ୍ୟା କରି ଥାଇ ପାରନ୍ତି।

ଏହି ମାମଲାରେ ମଞ୍ଜୁଷାଙ୍କ ଆତ୍ମହତ୍ୟା ଏକ ମୋଡ଼ ନେଇଛି । କାରଣ ମଞ୍ଜୁଷା ଏବଂ ବିଦିଶା ବହୁତ ଭଲ ବନ୍ଧୁ ବୋଲି କୁହାଯାଉଛି। ମଞ୍ଜୁଷାଙ୍କ ମା’ କହିବା ଅନୁଯାୟୀ, ବିଦିଶାଙ୍କ ମୃତ୍ୟୁ ପରଠାରୁ ମଞ୍ଜୁଷା ମଧ୍ୟ ଡିପ୍ରେସନରେ ଥିଲେ। ଏହା ସହ ସେ ଦୁଃଖରେ ଭାଙ୍ଗିପଡିଥିଲେ । ବର୍ତ୍ତମାନ ପୋଲିସ ମଞ୍ଜୁଷାଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ