ଦେଶ ବିଦେଶ ମନୋରଞ୍ଜନ

ଆଉ ଏକ ଆଇଗତ ଯୁଦ୍ଧରେ ଫସିଲେ କଙ୍ଗନା, ଭୁଲ୍‌ରେ ମହିଳାଙ୍କୁ ‘ସାହିନ୍‌ ବାଗ୍‌‌ ଦାଦି’ ଲେଖି ଟ୍ବିଟ୍‌ କରିବାରୁ ରୁଜୁ ହେଲା ମାନହାନୀ ମକଦ୍ଦମା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ତଥା ତିନିଥର ଜାତୀୟ ପୁରସ୍କାର ବିଜୟିନୀ କଙ୍ଗନା ରାନାୱତ ଅନ୍ୟ ଏକ ଆଇନଗତ ଯୁଦ୍ଧରେ ଛନ୍ଦି ହୋଇ ପଡ଼ିଛନ୍ତି। ବି-ଟାଉନ୍‌ର ଏହି କୁଇନ‌ଙ୍କ ନାମରେ ଭଟିଣ୍ଡା କୋର୍ଟରେ ମହିନ୍ଦର କୌରଙ୍କ ଦ୍ବାରା ଏକ ମାମଲା ରୁଜୁ ହୋଇଛି। ମହିନ୍ଦର କୌରଙ୍କୁ ଅଭିନେତ୍ରୀ କଙ୍ଗନା ‘ସାହିନ୍‌ ବାଗ୍‌‌ ଦାଦି’ ବୋଲି କହି ଭୁଲ୍‌ ଭାବେ ଚିହ୍ନଟ କରିଥିବାରୁ କୌର୍‌ଙ୍କ ଓକିଲ ରଘବୀର ସିଂହ କଙ୍ଗନାଙ୍କ ବିରୋଧରେ ମନହାନୀ ମକଦ୍ଦମା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣି ଜାନୁଆରି ୧୧ ତାରିଖରେ ହେବ ବୋଲି ଅଦାଲତ ସ୍ଥିର କରିଛନ୍ତି।

କଙ୍ଗନା ମହିନ୍ଦର କୌର୍‌ଙ୍କ ସହ ଥିବା ଆଉ ଜଣେ ମହିଳାଙ୍କର ଫଟୋକୁ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଟ୍ବିଟର୍‌ରେ ସେୟାର୍‌ କରି ଲେଖିଥିଲେ ଯେ ‘ଇଏ ହେଉଛନ୍ତି ସେହି ମହିଳା ଯିଏ ୨୦୧୯ ମସିହାରେ ହୋଇଥିବା ସିଏଏ ଆନ୍ଦୋଳନରେ ସାହିନ୍‌ ବାଗ୍‌ରୁ ‌ହେଡ୍‌ଲାଇନ୍‌ ବନିଥିଲେ। ସେଦିନର ‘ସାହିନ୍‌ ବାଗ୍‌ ଦାଦି’ ଆଜି କୃଷି ଆନ୍ଦୋଳନରେ ବି ସାମିଲ୍‌ ହୋଇଛନ୍ତି।’

ମାତ୍ର ବାସ୍ତବରେ ସାହନ୍‌ବାଗ୍‌ ଦାଦି ଭାବେ ୨୦୧୯ ସିଏଏ ଆନ୍ଦେଳନ ସମୟରେ ଚର୍ଚ୍ଚା ପଲାଟିଥିବା ମହିଳା ଜଣକ ହେଉଛନ୍ତି ବିଲ୍‌କିସ୍‌ ବାନୋ। କଙ୍ଗନା ତାଙ୍କ ପୋଷ୍ଟ୍‌ରେ ଭୁଲ୍‌ ସୂଚନା ଦେବା ପରେ ସୋସିଆଲ୍‌ ମିଡିଆରେ ସୋସିଆଲ୍‌ ମିଡିଆ‌ ବ୍ୟବହାରକାରୀମାନେ ତାଙ୍କୁ ସମାଲୋଚନା କରିଥିଲେ। କଙ୍ଗନା ପରେ ସେହି ପୋଷ୍ଟ୍‌ଟିକୁ ଡିଲିଟ୍‌ କରି ଦେଇଥିଲେ।

ସେହି ପୋଷ୍ଟ୍‌ରେ କଙ୍ଗନା ମହିନ୍ଦର କୌରଙ୍କ ଫଟୋ ଦେଇ ତାଙ୍କୁ ବିଲ୍‌କିସ୍‌ ବାନୋଙ୍କ ପରିଚୟ ଦେଇଥିବାରୁ ମହିନ୍ଦରଙ୍କରସମ୍ମାନରେ ଆଞ୍ଚ୍‌ ଆସିଥିବା ଦର୍ଶା‌ଇ ସେ ଏକ ମାମଲା ରୁଜୁ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ