ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆଇସୋଲେସନରେ ରହିବେ ରେଭେନ୍ସା ହଷ୍ଟେଲ୍‌ ଛାତ୍ରଛାତ୍ରୀ, ପଜିଟିଭ ଚିହ୍ନଟ ପରେ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

କଟକ ୨୫।୦୩ : ଡରାଉଛି କରୋନା । ଚିନ୍ତା ବଢାଉଛି ଭାଇରସର ନୂଆ ଷ୍ଟ୍ରେନ୍ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱବିଦ୍ୟାଳୟର ସ୍ଥିତି ନେଇ ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ୨ସପ୍ତାହ ପାଇଁ ବିଶ୍ୱ ବିଦ୍ୟାଳୟ ବନ୍ଦ କରିବାକୁ କିଛି ନିଷ୍ପତ୍ତି ନିଆଯିବାର ସୂଚନା ରହିଛି । ଏନେଇ ରେଭେନ୍ସା ପିଜି କାଉନସିଲ ଚେୟାରମ୍ୟାନ୍ ସ୍ମୃତି ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଛାତ୍ରୀ ଜଣକ ପଜିଟିଭ୍‌ ଚିହ୍ନଟ ପରେ ଗୁରୁବାର ହେବାକୁ ଥିବା ସ୍ନାତକ ତୃତୀୟ, ପଞ୍ଚମ, ସପ୍ତମ ପରୀକ୍ଷା ଦିନକ ପାଇଁ ବାତିଲ କରାଯାଇଛି । କିନ୍ତୁ ଏବେ ଜଣେ ଛାତ୍ରୀ ଓ ୨ଜଣ ଅଧ୍ୟାପିକା କରୋନାରେ ଆକ୍ରାନ୍ତ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରୀମାନଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରେଭେନ୍ସାରେ କରୋନା ଆତଙ୍କ : ଛାତ୍ରୀ ପଜିଟିଭ୍, ବାତିଲ ହେଲା ପରୀକ୍ଷା

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ