ଖେଳ ଦେଶ ବିଦେଶ

‘ଆଇସିସି ମହିଳା ବିଶ୍ବ କପ୍‌ ୨୦୨୨’: ୭ ୱିକେଟ୍‌ ବିନିମୟରେ ଭାରତୀୟ ଟିମ୍‌ ସଂଗ୍ରହ କରିଛି ୨୭୭ ରନ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଅକ୍‌ଲାଣ୍ଡ୍‌ସ୍ଥିତ ଇଡେନ୍‌ ପାର୍କରେ ଚାଲିଥିବା ‘ଆଇସିସି ମହିଳା ବିଶ୍ବ କପ୍‌’ରେ ଆଜି ୫୦ ଓଭର୍‌‌ ଖେଳି ଭାରତୀୟ ଦଳ ୭ ୱିକେଟ୍‌ରେ ବିନିମୟରେ ୨୭୭ ରନ୍‌ ସଂଗ୍ରହ କରିଛନ୍ତି। ଖେଳର ଶେଷ ପର୍ଯ୍ୟାୟ ଆଡ଼କୁ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ହର୍‌ମାନ୍‌ପ୍ରୀତ୍‌ କୌର୍‌ ଏବଂ ପୂଜା ବସ୍ତ୍ରକାର ଉତ୍ତମ ବ୍ୟାଟିଙ୍ଗ୍‌ କରି ରନ୍‌ ସଂଖ୍ୟାକୁ ଦ୍ରୁତ ଗତିରେ ବଢ଼ାଇବାରେ ସମର୍ଥ ହୋଇଥିଲେ।

୫ମ ୱିକେଟ୍‌ ଭାବେ ଖେଳିବାକୁ ଯାଇଥିବା ହର୍‌ମାନ୍‌ପ୍ରୀତ୍‌ ୪୭ଟି ବଲ୍‌ ଖେଳି ୬ଟି ଚୌକା ମାରିବା ସହ ୫୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି ୭ମ ୱିକେଟ୍‌ରେ ଆସିଥିବା ଭାରତୀୟ ଦଳର ଉପଅଧିନାୟିକା ପୂଜା ବସ୍ତ୍ରକାର ମାତ୍ର ୪୭ଟି ବଲ୍‌ ଖେଳି ୬୪ ରନ୍‌ କରିଥିଲେ।

ଆଜି ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ୬ ଥର ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିଜୟ ପାଇଁ ୨୭୮ ରନ୍‌ ଆବଶ୍ୟକ କରୁଥିବା ଅଷ୍ଟ୍ରେଲିଆ ଦଳ ତରଫରୁ ଓପେନର୍‌ ଭାବେ ଆଲିସା ହିଲି ଏବଂ ରାଚେଲ୍‌ ହେନେସ୍‌ ମଧ୍ୟ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳେକୁ କୌଣସି ୱିକେଟ୍‌ ନ ହରାଇ ୧୧.୧ ଓଭର୍‌ ଖେଳି ଅଷ୍ଟ୍ରେଲିଆ ୭୨ ରନ୍‌ ସଂଗ୍ରହ କରିଥିଲା। ୩୦ଟି ବଲ୍‌ ଖେଳି ରାଚେଲ୍‌ ୨୭ ରନ୍‌ ଏବଂ ୩୭ଟି ବଲ୍‌ ଖେଳି ଆଲିସା ୪୩ ରନ୍‌ ସଂଗ୍ରହ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ