ଖେଳ ଦେଶ ବିଦେଶ

ଆଇସିସି ପୁରସ୍କାର ଦୌଡ଼ରେ ପନ୍ତ ଓ ରୁଟ୍

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳିଙ୍କୁ ବର୍ଷିକିଆ ନୁହେଁ, ମାସିକିଆ ପ୍ରଦର୍ଶନ ଭିତ୍ତିରେ ଏବଂ ପ୍ରତ୍ୟେକ ମାସରେ ପୁରସ୍କୃତ କରିବାର ନୂଆ ଧାରା ଆରମ୍ଭ କରିଛି ଆଇସିସି। ଏହି ପୁରସ୍କାରର ଉଦ୍‌ଘାଟନୀ ସଂସ୍କରଣ ଲାଗି ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଶୃଙ୍ଖଳା ବିଜୟରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ସହ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଏବଂ ଆୟର୍ଲାଣ୍ଡର ପଲ୍ ଷ୍ଟର୍ଲିଂ ଦୌଡ଼ରେ ରହିଛନ୍ତି। ମଙ୍ଗଳବାର ଶ୍ରେଷ୍ଠ ପୁରୁଷ ଖେଳାଳି ବର୍ଗ ଲାଗି ଏହି ତିନି ଜଣ ଖେଳାଳିଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଛି ଆଇସିସି। ସିଡ୍‌ନିରେ ପନ୍ତଙ୍କ ଲଢ଼ୁଆ ୯୭ ରନ୍ ପାଇଁ ଭାରତ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଅନ୍ୟପକ୍ଷରେ ବ୍ରିସବେନ୍‌ରେ ତାଙ୍କ ୮୯* ରନ୍ ପାଇଁ ଭାରତ ମ୍ୟାଚ୍ ସହ ଶୃଙ୍ଖଳା ଜିତି ନେଇଥିଲା। ସେପଟେ ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଶୃଙ୍ଖଳାରେ ରୁଟ୍ ଗୋଟିଏ ଦ୍ବିଶତକ (୨୨୮) ଏବଂ ଆଉ ଗୋଟିଏ ୧୮୬ ରନ୍‌ର ପାଳି ଖେଳିଥିଲେ। ତାଙ୍କ ଆକର୍ଷଣୀୟ ପାଳି ବଳରେ ଶ୍ରୀଲଙ୍କାକୁ ଇଂଲଣ୍ଡ ୨-୦ରେ ମୂଳପୋଛ କରିଥିଲା। ଅନ୍ୟତମ ଦାବିଦାର ଷ୍ଟର୍ଲିଂ ନିକଟରେ ଶେଷ ହୋଇଥିବା ୟୁଏଇ ବିପକ୍ଷ ଦୁଇ ଟିକିଆ ଏବଂ ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳାରେ ତିନିଟି ଶତକ ଅର୍ଜନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ପାକିସ୍ତାନର ଡାଏନା ବେଗ୍ ଏବଂ ଦକ୍ଷିଣ ଆଫ୍ରିକାର ସବନିମ ଇସମାଇଲ୍ ଓ ମାରିଆନ୍ କେମ୍ପ ଏହି ମାସିକିଆ ପୁରସ୍କାର ସଂକ୍ଷିପ୍ତ ତାଲିକାରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ