ଖେଳ

ଆଇସିସି ଦିନିକିଆ ରାଙ୍କିଂ : ଟପ୍ ୨୦ରେ ଧାଓ୍ୱନ ଓ ଚହଲ

ଦୁବାଇ,୨୨/୦୭: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ବୋଲିଂ ମାନ୍ୟତା ତାଲିକାରେ ଚହଲ ୨୦ତମ ସ୍ଥାନକୁ ଉଠିଥିବାବେଳେ ଯଶପ୍ରୀତ୍‌ ବୁମରାଙ୍କ ଷଷ୍ଠ ସ୍ଥାନ ଅପରିବର୍ତ୍ତିତ ରହିଛି ।

ଘରୋଇ ଶ୍ରୀଲଙ୍କା ବିପକ୍ଷ ଚଳିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଧାୱନ ଅପରାଜିତ ୮୬ରନ୍‌ କରିଥିଲେ । ଏହି ପ୍ରଦର୍ଶନ ବଳରେ ସେ ବ୍ୟାଟିଂ ମାନ୍ୟତା ତାଲିକାରେ ୨ଟି ସ୍ଥାନ ଉନ୍ନତି ଘଟାଇ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନର ବାବର ଆଜମ (୮୭୩ ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ କୋହଲି (୮୪୮ ପଏଣ୍ଟ) ଦ୍ୱିତୀୟ ଓ ରୋହିତ (୮୧୭ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛନ୍ତି ।

ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ (୭୩୭ପଏଣ୍ଟ) ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଆଫଗାନିସ୍ତାନର ମୁଜିବ ଉର ରେହମାନ (୭୦୮) ଓ ଇଂଲଣ୍ଡର କ୍ରିସ୍‌ ୱକ୍ସ (୭୦୦) ଗୋଟିଏ ଲେଖାଏଁ ସ୍ଥାନ ଉଠି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ସ୍ପିନର ଚହଲ ୪ଟି ସ୍ଥାନ ଉନ୍ନତି ଘଟାଇ ୨୦ତମ ସ୍ଥାନ ଅଧିକାର କରିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ