ଖେଳ ଦେଶ ବିଦେଶ

ଆଇସିସି ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ମତଦାନ

ନୂ୍ଆଦିଲ୍ଲୀ: ଆଇସିସିର ପରବର୍ତୀ ଅଧ୍ୟକ୍ଷ ନିର୍ବାଚନ ପାଇଁ ୩ ରାଉଣ୍ଡ ବିଶିଷ୍ଟ ମତଦାନ ରହିବ। ଆଇସିସିର ବୋର୍ଡ ଅଫ୍‌ ଡାଇରେକ୍ଟରମାନେ ଏହି ପ୍ରକ୍ରିୟାରେ ସଂପୃକ୍ତ ହୋଇ ସ୍ବାଧୀନ ଅଧ୍ୟକ୍ଷ ନିର୍ବାଚିତ କରିବେ। ନ୍ୟୁଜିଲାଣ୍ଡ୍‌ର ଗ୍ରେଗ୍‌ ବାର୍କଲେ ଏବଂ ସିଙ୍ଗାପୁରର ଇମ୍ରାନ୍‌ ଖୱାଜାଙ୍କ ମଧ୍ୟରୁ କିଏ ଅଧ୍ୟକ୍ଷ ହେବେ ତାହା ସ୍ପଷ୍ଟ ହେବ। ପ୍ରଥମ ଗଣତିରେ ଯଦି ମ୍ୟାଜିକ୍‌ ସଂଖ୍ୟା ୧୧ରେ (ଦୁଇ ତୃ୍ୀୟାଂଶ ସଂଖ୍ୟା ଗରିଷ୍ଠତା) କେହି ନପହଞ୍ଚନ୍ତି ସେକ୍ଷେତ୍ରରେ ତିନି ରାଉଣ୍ଡ୍‌ ମତଦାନ ଚାଲିବ। ଆଇସିସିର ବାର୍ଷିକ ଚାରିମାସିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଯାଇଥିଲା ବେଳେ ବୈଦ୍ୟୁତିକ ମତଦାନ ପ୍ରକ୍ରିୟାରେ ୧୬ ବୋର୍ଡ ଅଫ୍ ଡା‌ଇରେକ୍ଟର ସାମିଲ ଅଛନ୍ତି। ସେଥିରେ ପୂର୍ଣ୍ଣକାଳୀନ ସଦସ୍ୟରୁ ୧୨ (ଟେଷ୍ଟ୍‌ ଖେଳୁଥିବା ଦେଶ), ୩ ସହଯୋଗୀ ରାଷ୍ଟ୍ର ଏବଂ ଜଣେ ସ୍ବାଧୀନ ମହିଳା ଡାଇରେକ୍ଟର (ପେପ୍‌ସିକୋରର ଇନ୍ଦ୍ରା ନୂୟି) ରହିଛନ୍ତି।

ତେବେ ଉଭୟ ବାର୍କଲେ ଓ ଖୱାଜା ପ୍ରଥମ ରାଉଣ୍ଡ୍‌ ଗଣତିରେ ଆବଶ୍ୟକ ୧୧ ସଂଖ୍ୟା ଛୁଇଁବା ସହଜ ହେବନି ବୋଲି କୁହାଯାଉଛି। ସେନା (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌ ଓ ଅଷ୍ଟ୍ରେଲିଆ) ସହିତ ଭାରତ ବାର୍କଲେଙ୍କୁ ଭୋଟ ଦେବା ସପକ୍ଷରେ ଥିଲା ବେଳେ ଖୱାଜାଙ୍କୁ ପାକିସ୍ତାନ ସମେତ ଅନ୍ୟ କେତେକ ରାଷ୍ଟ୍ର ଭୋଟ ଦେଇପାରନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ