ଖେଳ ଦେଶ ବିଦେଶ

ଆଇସିସିର ନୂଆ ନିୟମ : ୧୫ ବର୍ଷରୁ କମ ବୟସର କ୍ରିକେଟର ଖେଳିପାରିବେନି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍

ନୂଆଦିଲ୍ଲୀ ୨୦/୧୧ : ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିବା ପାଇଁ ନୂଆ ନିୟମ ଲାଗୁ କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) । ନୂଆ ନିୟମ ଅନୁଯାୟୀ ପୁରୁଷ, ମହିଳା,୧୯ ବର୍ଷରୁ କମ ଭଳି ଯେକୌଣସି କ୍ରିକେଟ ଖେଳିବା ପାଇଁ ଖେଳାଳୀଙ୍କ ବୟସ ଅତିକମରେ ୧୫ ବର୍ଷ ହେବା ଅନିର୍ବାଯ୍ୟ । ଆଇସିସ ବୋର୍ଡ ଖେଳାଳୀମାନଙ୍କର ସୁରକ୍ଷାକୁ ଧ୍ୟାନ ରଖି ଏହି ନିୟମ ଲାଗୁ କରିଛି । ଏହି ବୟସ ସମ୍ବନ୍ଧୀୟ ନିୟମ ପ୍ରାୟତଃ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରେ ଲାଗୁହେବ । ଯେଉଁଥିରେ ଆଇସିସି ଟୁର୍ଣ୍ଣାମେଣ୍ଟ, ଦ୍ବିପାକ୍ଷିକ କ୍ରିକେଟ୍ ଏବଂ ଅଣ୍ଡର-୧୯ କ୍ରିକେଟ ମଧ୍ୟ ସାମିଲ ଅଛି ।

ଆଇସିସି ଏକ ବୟାନରେ କହିଛି, କୌଣସି ବ୍ୟତିକ୍ରମ କ୍ଷେତ୍ରରେ ସଦସ୍ୟ ବୋର୍ଡ ୧୫ ବର୍ଷରୁ କମ ବୟସର ଖେଳାଳୀ ଖେଳିବା ନେଇ ଅନୁମୋଦନ ପାଇଁ ଆଇସିସିରେ ଆବେଦନ କରିପାରିବେ । ଏଥିରେ ଖେଳାଳିଙ୍କ ଖେଳିବାର ଅଭିଜ୍ଞତା, ମାନସିକ ବିକାଶ ଏବଂ ଅନ୍ତର୍ଜାତୀୟ କ୍ରିକେଟର ଚାପକୁ ସହି ପାରିବେ କି ନାହିଁ ସେଥିପ୍ରତି ସେଥିପ୍ରତି ଧ୍ୟାନ ଦିଆଯିବ ।

ଟେଷ୍ଟ କ୍ରିକେଟ କଥା କହିବାକୁ ଗଲେ, ପାକିସ୍ତାନର ହୁସେନ ରାଜା ୧୯୯୬ରେ ମାତ୍ର ୧୪ ବର୍ଷ ୨୨୭ ଦିନରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ରୋମାନିୟାର ମ୍ୟାରିୟମ ଘେରସିମ ୨୦୨୦ରେ ଏବଂ କୁଏତର ମୀତ୍ ଭବସାର ୨୦୧୯ରେ ମାତ୍ର ୧୪ ବର୍ଷରେ ଇଣ୍ଟରନେସନଲ୍ କ୍ରିକେଟରେ ପାଦ ରଖିଥିଲେ । ଉଭୟ ଟି-ଟ୍ବେଣ୍ଟି କ୍ରିକେଟରେ ହିଁ ଡେବ୍ୟୁ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ