ପୁରୀ ୨୬।୧: ଆଇସିକ୍ରିମ୍ କାଠି ମାଧ୍ୟମରେ ନିଆରା କଳାକୃତି କରି ଜଣାଇଲେ ଗଣତନ୍ତ୍ର ଦିବସର ଶୁଭେଚ୍ଛା। ତ୍ରିରଙ୍ଗାର ଚିତ୍ର ଆଙ୍କି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ଶିଳ୍ପୀ । ପୁରୀ ସିଦ୍ଧମହାବୀର କୁମୁଟିପାଟଣା ଅଞ୍ଚଳର ଯୁବଶିଳ୍ପୀ ତଥା ଇଲେକ୍ଟ୍ରିକାଲ ଡିପ୍ଲୋମାର ତୃତୀୟ ବର୍ଷ ଛାତ୍ର ବିଶ୍ବଜିତ ନାୟକ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏହି ନିଆରା ସୁନ୍ଦର କଳାକୃତି କରିଛନ୍ତି ।
୭୩ତମ ସାଧାରଣତନ୍ତ୍ର ଦିବସ ପାଇଁ ବିଶ୍ବଜିତ ଆଇସକ୍ରିମ୍ କାଠିରେ ଏହି କଳାକୃତି କରିଛନ୍ତି । ୬୭୫ଟି ଆଇସକ୍ରିମ୍ କାଠି ବ୍ୟବହାର କରି ସେ ୨ ଫୁଟ ଉଚ୍ଚତା ଓ ୩ ଫୁଟ ଚଉଡା ବିଶିଷ୍ଟ ଏହି କଳାକୃତି ମାଧ୍ୟମରେ ଦେଶର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର, ଯୋଦ୍ଧା ଓ ରାଷ୍ଟ୍ରନିର୍ମାତାଙ୍କ ଉଦ୍ଦେଶ୍ୟରେ ଏହି କଳାକୃତି ସମର୍ପିତ କରିଛନ୍ତି ।