ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଇସିଏସ୍‌ଇ, ଆଇଏସ୍‌ସି ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ସାମିନେସନ(ସିଆଇଏସ୍‌ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଆଇସିଏସ୍‌ଇ(ଦଶମ) ଓ ଆଇଏସ୍‌ସି(ଦ୍ବାଦଶ) ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର-୧ ପରୀକ୍ଷା ଫଳ ପ୍ରକାଶ ପାଇଛି। ପୂର୍ବାହ୍ନରେ ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ cisce.org ଓ results.cisce.org ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରୁଛନ୍ତି। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ରେଜଲ୍ଟ ଜାଣି ହେଉଛି। ଦେଶରେ କେତେ ସଂଖ୍ୟକ ପିଲା ପରୀକ୍ଷା ଦେ‌ଇଥିଲେ, କେତେ ପ୍ରତିଶତ ପାସ୍‌ କଲେ, ସେନେଇ ବୋର୍ଡ ପକ୍ଷରୁ କୌଣସି ବି ସୂଚନା ଦିଆଯାଇ ନାହିଁ। ପିଲାମାନେ କେବଳ ସେମାନଙ୍କର ମାର୍କର ସଫ୍ଟକପି ୱେବସାଇଟ୍‌ କିମ୍ବା ସ୍କୁଲରୁ ପାଇପାରିବେ। ଏବେ ମାର୍କସିଟ୍‌ର କୌଣସି ହାର୍ଡକପି ସେମାନଙ୍କୁ ମିଳିବ ନାହିଁ। ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଦ୍ବନ୍ଦ୍ବ ରହିଥିବ, ସେମାନେ ସ୍କୁଲ କିମ୍ବା ସିଆଇଏସ୍‌ସିଇ ହେଲ୍ପଡେକ୍ସ ସହ ଯୋଗାଯୋଗ କରିପାରିବ‌େ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି