ଦେଶ ବିଦେଶ ସ୍ୱାସ୍ଥ୍ୟ

ଆଇସିଏମ୍ଆର୍ ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ, ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ରି‌ପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ କରୋନାଭାଇରସ୍ ସମ୍ବନ୍ଧୀୟ ସମସ୍ତ ବିଷୟ ତାଙ୍କ ତତ୍ତ୍ବାବଧାନରେ ରହିଛି। ଏବେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦାୟିତ୍ବ କିଏ ସମ୍ଭାଳିବେ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

ତେବେ ଏ ମଧ୍ୟରେ ଦେଶରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୯ ନିୟୁତରେ ପହଞ୍ଚିଛି। ଗତକାଲି ଅପେକ୍ଷା ଆଜିର ନୂତନ ସଂକ୍ରମଣ ହାର ୪.୬%କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୩୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୭୮୯ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୭୯,୪୪୭ରେ ପହଞ୍ଚିଛି।

୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୧,୦୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୨୦, ୮୨୭। ତେଣୁ ଗୁରୁବାର ଦିନ ୯୫.୩୧% ଥିବା ଜାତୀୟ ସୁସ୍ଥତା ହାର ୯୫.୪୦%କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟ ବ୍ୟବଧାନ ବଢ଼ି ସମ୍ପ୍ରତି ୯,୨୦୬,୯୯୬ରେ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିବା ଅନୁସାରେ, ସମ୍ପ୍ରତି ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ବୈଶ୍ୱିକ ସୁସ୍ଥତା ହାର ୭୦.୨୭% ଥିବା ବେଳେ ଭାରତରେ ସୁସ୍ଥତା ୯୫.୩୧% ରହିଛି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ରୁଷ୍‌ ଏବଂ ଇଟାଲିରେ ମଧ୍ୟ ସୁସ୍ଥତା ହାର ଖୁବ୍‌ କମ୍‌ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ