ଲାଇଫ୍ ଷ୍ଟାଇଲ

ଆଇରନରେ ଭରପୁର ଏହି ୫ଟି ଫଳ: ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିଥାଏ, ମହିଳାଙ୍କ ପାଇଁ ବହୁତ ଲାଭଦାୟକ

ଭୁବନେଶ୍ୱର ୧୯/୦୧ : ଯଦି ଆପଣଙ୍କ ଶରୀରରେ ଆଇରନ ଅଭାବ ରହିଛି ତାହେଲେ ସତର୍କ ହୋଇଯାଆନ୍ତୁ। ଆଇରନ୍ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ଥକାପଣ, ମୁଣ୍ଡ ବୁଲାଇବା, ଏନିମିଆ ଭଳି ସମସ୍ୟା ହୋଇପାରେ। ମହିଳାଙ୍କ ମଧ୍ୟରେ ଆଇରନ ଅଭାବ ସମ୍ଭାବନା ଅଧିକ ରହିଛି। ପୁଷ୍ଟିକର ଖାଦ୍ୟାଭାବ, ମହିଳାଙ୍କ ଋତୁଚକ୍ର ଓ ଗର୍ଭାବସ୍ଥା ସମୟରେ ଆଇରନ ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ଥକାପଣ ଓ ଦୁର୍ବଳତା ଅନୁଭୂତ ହୋଇଥାଏ। ଆଇରନ୍ ଅଭାବରେ ରକ୍ତରେ ହେମୋଗ୍ଲୋବିନ ସ୍ଥର କମିଯାଇଥାଏ। ଆଇରନ୍ ଅଭାବ ଦୂର କରିବାକୁ କିଛି ଡାଏଟରେ କିଛି ମହତ୍ତ୍ୱପୂର୍ଣ୍ଣ ଫଳ ସାମିଲ କରିବା ଆବଶ୍ୟକ। ଜାଣନ୍ତୁ କେଉଁ କେଉଁ ଫଳ ଆଇରନର ଅଭାବ ଦୂର କରିଥାଏ।

୧. ଡାଳିମ୍ବ – ଶରୀରରେ ଆଇରନ ଅଭାବ ଦେଖାଦେଲେ ଡାକ୍ତର ମଧ୍ୟ ସର୍ବ ପ୍ରଥମେ ଡାଳିମ୍ବ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ଏନିମିଆ ଦୂର କରିବାକୁ ଡାଳିମ୍ବ ସବୁଠାରୁ ଅଧିକ ପ୍ରଭାବଶାଳୀ। ସକାଳୁ ଗୋଟିଏ ଡାଳିମ୍ବ ବା ଗୋଟିଏ ଗ୍ଲାସ ଡାଳିମ୍ବ ଜୁସ ସେବନ କଲେ କେବେ ବି ଆଇରନ ଅଭାବ ଦେଖାଦେଇନଥାଏ ଓ ମୁହଁରେ ବି ଗ୍ଲୋ ଆସିଥାଏ।

୨. ବିଟ୍ – ବିଟ୍ ସାଧାରଣତଃ ସମସ୍ତଙ୍କୁ ପସନ୍ଦ ନୁହେଁ। କିନ୍ତୁ ଏହା ବହୁତ ଗୁଣକାରୀ। ଏହାକୁ ଆପଣ ସାଲାଡ଼ରେ ପକାଇ ମଧ୍ୟ ସେବନ କରିପାରିବେ । ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ। ବିଟ୍ ସେବନ ଦ୍ୱାରା ହେମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ। ଏନିମିଆ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ।


୩. ପାଳଙ୍ଗ – ପାଳଙ୍ଗ ଶାଗ ଫାଇବର ଓ ଆଇରନରେ ଭରପୁର। ପାଳଙ୍ଗରେ ବହୁ ମାତ୍ରାରେ ଆଇରନ ରହିଛି ଯାହା ଶରୀର ପାଇଁ ବହୁତ ଲାଭଦାୟକ। ତା’ଛଡା ପାଳଙ୍ଗରେ କ୍ୟାଲସିୟମ୍, ସୋଡିୟମ୍, କ୍ଳୋରିନ୍, ଫସଫରସ୍, ଲୌହ, ପ୍ରୋଟିନ ଆଦି ମଧ୍ୟ ରହିଛି।


୪. ପିଜୁଳି – ପିଜୁଳିରେ ମଧ୍ୟ ବହୁ ମାତ୍ରାରେ ଆଇରନ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ସମସ୍ୟା ରହିଛି ସେମାନେ ପିଜୁଳି ନିଶ୍ଚୟ ସେବନ କରିବା ଉଚିତ। ମହିଳାଙ୍କ ପାଇଁ ପିଜୁଳି ବହୁତ ଲାଭଦାୟକ।


୫. ଡ୍ରାଏ ଫ୍ରୁଟ୍ସ – ଖଜୁରୀ, ଅଖରୋଟ୍, ପେସ୍ତା, କିସମିସ୍ ଭଳି ଡ୍ରାଏ ଫ୍ରୁଟ୍ସ ଆଇରନରେ ଭରପୁର। ଏହା ରକ୍ତରେ ରେଡ ବ୍ଲଡ଼ ସେଲ ବୃଦ୍ଧି କରିଥାଏ। ବାଦାମ ମଧ୍ୟ ଆଇରନଯୁକ୍ତ। ଆଇରନ ସମସ୍ୟା ଦୂର କରିବାକୁ ବାଦାମ ମଧ୍ୟ ସେବନ କରିବା ଉଚିତ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ