ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ସନରାଇଜର୍ସକୁ ଟକ୍କର ଦେବ ରାଜସ୍ଥାନ ରୟାଲ୍ସ

ପୁନେ ୨୯/୦୩: ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଇତି ମଧ୍ୟରେ ପ୍ରସ୍ତୁତି ପର୍ବ ଶେଷ କରିଛନ୍ତି । ମେଗା ନିଲାମ ପରେ ଉଭୟ ଦଳରେ ଅନେକ ଖେଳାଳି ପରିବର୍ତ୍ତନ ହୋଇଛି । ଫଳରେ ମଙ୍ଗଳବାର ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର ।

ସନରାଇଜର୍ସକୁ ଅନେକ ମ୍ୟାଚ୍‌ ଜିତାଇଥିବା ରସିଦ ଖାନ୍‌ ଏଥର ନାହାନ୍ତି । ୨୦୧୭ ସିଜନରୁ ରସିଦ ନିମୟିତ ଭାବେ ସନରାଇଜର୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ତାଙ୍କ ଉପସ୍ଥିତିରେ ସନରାଇଜର୍ସ ଥରେ ଚାମ୍ପିଅନ୍‌ ହୋଇଥିଲା । ହେଲେ ଏଥର ତାଙ୍କ ବିନା ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ଉମ୍ରାନ ମଲିକ ଦଳର ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ୱାସିଂଟନ ସୁନ୍ଦର, ମୁଖ୍ୟ ସ୍ପିନର ଭାବେ ଖେଳିବେ । ତାଙ୍କୁ ଅବଦୁଲ ସମଦ ଓ ଅଭିଷେକ ଶର୍ମା ବୋଲିଂରେ ସହାୟତା କରିବେ । ଏଥର ଦଳର ବ୍ୟାଟିଂ ବିଭାଗ ମଧ୍ୟ ସନ୍ତୁଳିତ । ଘରୋଇ ଖେଳାଳି ଯୋଡି ରାହୁଲ ତ୍ରିପାଠୀ ଓ ଅଭିଷେକ ପାଳି ଆରମ୍ଭ କରିବା ଆଶା କରାଯାଉଛି । କେନ ୱିଲିୟମସନ, ଆଡେନ ମାରକ୍ରମ ଓ ନିକୋଲାସ ପୂରନ ମଧ୍ୟକ୍ରମ ସମ୍ଭାଳିବେ ।

ଗତ ସଜିନ ଭଳି ରାଜସ୍ଥାନ ରୟାଲ୍ସ ଏଥର ମଧ୍ୟ ସନ୍ତୁଳିତ ଓ ଶକ୍ତିଶାଳୀ ମନେ ହେଉଛି। ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ଯଶସ୍ୱୀ ଜୈସ୍ୱାଲ, ସିମରନ ହେତମେୟର ଓ ଅଧିନାୟକ ସଞ୍ଜୁ ସାମସନ ବ୍ୟାଟିଂ ବିଭାଗ ସମ୍ଭାଳିବାକୁ ପ୍ରସ୍ତୁତ । ଆଇପିଏଲ ଇତିହାସରେ ମୋଟ ୫ଜଣ ବ୍ୟାଟ୍ସମ୍ୟାନ ୪୦ରୁ ଉଦ୍ଧ୍ୱର୍ ହାର ଓ ୧୪୦ରୁ ଉର୍ଦ୍ଧ ଷ୍ଟ୍ରାଇକ ରେଟ୍‌ରେ ସ୍କୋର କରିଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣ ରୟାଲ୍ସ ଦଳରେ ରହିଛନ୍ତି । ସେମାନେ ହେଲେ ସାମସନ ଓ ବଟଲର । ତେଣୁ କରି ରୟାଲ୍ସ ଦଳ ବିସ୍ଫୋରକ ବ୍ୟାଟିଂ କରିବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ