ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ଏକାଠି ଅଭ୍ୟାସ କଲେ ଧୋନୀ-କୋହଲି, ଫଟୋ ଭାଇରାଲ

ନୂଆଦିଲ୍ଲୀ, ୨୬/୦୩: ଶନିବାରଠୁ ଆରମ୍ଭ ହେବ ଆଇପିଏଲ । ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ । ଏହାମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନଜର ଆସିଛନ୍ତି ।

ଶୁକ୍ରବାର ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ସିଏସକେର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାଠି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଭାଇରାଲ ପରେ ଫ୍ୟାନମାନେ ଖୁବ୍ ପ୍ରଶଂସା କରିଛନ୍ତି ।

ବିରାଟ ଓ ଧୋନୀ ଦୀର୍ଘ ୧୦ ବର୍ଷ ଏକାଠି କ୍ରିକେଟ୍ ଖେଳିଥିଲେ । କୋହଲି ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆରେ ପଦାର୍ପଣ କରିଥିଲେ । ୨୦୧୫ରେ କୋହଲି ଟେଷ୍ଟ୍ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ । ଏହାପରେ ଜାନୁଆରୀ ୨୦୧୭ରେ ଦିନିକିଆର ଭାର ସମ୍ଭାଳିଥିଲେ ।

ସୂଚନାଯୋଗ୍ୟ, ସିଏସକେ ଓ ଆରସିବି ଗ୍ରୁପ୍ ବିରେ ରହିଛନ୍ତି । ଉଭୟ ଦୁଇଥର ମୁହାଁମୁହିଁ ହେବେ । ଏପ୍ରିଲ ୧୨ରେ ଉଭୟ ଦଳ ପ୍ରଥମ ଥର ସାମ୍ନାସାମ୍ନି ହେବେ । ଡିଓ୍ୱାଇ ପାଟିଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ