ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୨ : ଆରସିବିକୁ ଟକ୍କର ଦେବ ସିଏସକେ, ପରାଜୟ ଧାରାରେ ବ୍ରେକ ଲଗାଇବ କି ଟିମ୍ ଜାଡେଜା ?

ମୁମ୍ବାଇ,୧୨/୦୪: ଚଳିତ ଆଇପିଏଲ୍‌ର ୨୨ତମ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ପରାଜିତ ହୋଇ ସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ ପାଇଁ ବିଜୟ ଅତ୍ୟନ୍ତ ଜରୁରି ହୋଇଯାଇଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ବିଜୟ ସହ ପଏଣ୍ଟ ତାଲିକାରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି।

ଶେଷ ଥର ପାଇଁ ସୁପରକିଙ୍ଗ୍‌ସ ୨୦୧୦ ସଂସ୍କରଣରେ ପ୍ରଥମ ୪ଟି ମ୍ୟାଚ୍‌ ପରାଜିତ ହୋଇଥିଲା । ଅବଶ୍ୟ ସୁପରକିଙ୍ଗ୍‌ସ ସେହିବର୍ଷ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲା। ଏଥର ୧୦ଟି ଦଳ ଭାଗ ନେଉଥିବାରୁ ସ୍ଥିତି ଭିନ୍ନ ରହିବ । ଆଉ ଗୋଟିଏ ପରାଜୟ ସୁପରକିଙ୍ଗ୍‌ସର ଟାଇଟଲ ଅଭିଯାନ ଶେଷ କରିଦେବାର ଆଶଙ୍କା ରହିଛି । ଗତ ସିଜନରେ ସୁପରକିଙ୍ଗ୍‌ସକୁ ଚାମ୍ପିଅନ୍‌ କରାଇଥିବା ଫାଫ ଡୁ ପ୍ଲେସି ବର୍ତ୍ତମାନ ରୟାଲ୍‌ ଚ୍ୟାଲେଞ୍ଜର୍ସର ଅଧିନାୟକ। ଦଳ ଡୁ ପ୍ଲେସିଙ୍କ ଅନୁପସ୍ଥିତି ଅନୁଭବ କରୁଛି । ଏଥିସହ ଋତୁରାଜ ଗାଏକୱାଡ ଓ ରବିନ ଉଥପ୍ପାଙ୍କ ଫର୍ମ ମଧ୍ୟ ଦଳକୁ ଚିନ୍ତାରେ ପକାଇଛି।

ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ପ୍ରଥମାର୍ଦ୍ଧରେ ରହିଛି ରୟାଲ୍‌ ଚ୍ୟାଲେଞ୍ଜର୍ସ । ୱାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲଙ୍କ ଶୃଙ୍ଖଳିତ ବୋଲିଂ ବଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ମୁଖ୍ୟତଃ ବିଜୟ ହାସଲ କରିଛି। ହେଲେ ହର୍ଷଲ ଖେଳିବେ ନାହିଁ। ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି ଓ ବିରାଟ କୋହଲିଙ୍କ ଭଳି ଷ୍ଟାର୍‌ ବ୍ୟାଟର ରହିଥିଲେ ହେଁ ଦିନେଶ କାର୍ତ୍ତିକଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ସେ ସମ୍ପ୍ରତି ଆଇପିଏଲ୍‌ର ଶ୍ରେଷ୍ଠ ଫିନିଶର ଭାବେ ଗଣା ହେଉଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ